fbpx

ଭୁବନେଶ୍ୱରରେ ସିଲ୍ ହେଲା ରିଲାଏନ୍ସ ଫ୍ରେସ୍, BMC ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଲ୍ ହେଲା ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ । ତେବେ ଏହା କୋଭିଡ କଟକଣାକୁ ନେଇ ନୁହେଁ ବରଂ ପରିମଳ ବ୍ୟବସ୍ଥାକୁ ନେଇ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ ।

ତେବେ ସିଲ୍ ହେବାର କାରଣ ହେଉଛି ରିଲାଏନସ ଫ୍ରେସ ଆଖପାଖରେ ପଡ଼ି ରହିଥିଲା ଅଳିଆ। ଅଳିଆ ଆବର୍ଜନା ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିଲା । ଫଳରେ ରିଲାଏନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଷ୍ଟୋରକୁ ୩ ଦିନ ପାଇଁ ମଧ୍ୟ ବନ୍ଦ କରାଯାଇଛି ।

ସମାନ ଅବସ୍ଥା ନିକଟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲିଜ୍ ସହିତ ମଧ୍ୟ ହୋଇଥିଲା । ପରିମଳ ବ୍ୟବସ୍ଥା ଖରାପ ଥିବାରୁ ଗ୍ରୀନ ଚିଲିଜ୍ କୁ ସିଲ୍ କରିଥିଲେ ଅଧିକାରୀ ।ଆଗ ପରିମଳ ବ୍ୟବସ୍ଥା ସୁଧାରିବା ପରେ ଦୋକାନ ଖୋଲିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହିତ ମଧ୍ୟ ଚେତାବନୀ ଦିଆଯାଇଛି ଯେ ରାଜଧାନୀର ଆଉ ଯେଉଁଠି ଯେଉଁଠି ଏଭଳି ସମସ୍ୟା ଦେଖାଦେବ ସେଠାରେ ମଧ୍ୟ ଏମିତି କାଗଜ ଲଗାଇ ଦିଆଯିବ, ସଟର ଟାଣି ଦିଆଯିବ।

Get real time updates directly on you device, subscribe now.