fbpx

ୟୁପି ଇଲେକ୍ସନ: ଗୋରଖପୁରରେ ଯୋଗୀଙ୍କୁ ଟକ୍କର ଦେବେ ସୁଭାବତୀ ଶୁକ୍ଳା, ସପା ଟିକେଟରୁ ଲଢ଼ିବେ ନିର୍ବାଚନ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଛକା-ପଞ୍ଝା ଜାରି ରହିଛି । କରହଲ ସିଟରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଘେରିବା ପାଇଁ ବିଜେପି ଏକଦା ସପାରେ ନେତା ଥିବା ଏସପି ସିଂହ ବଘେଲଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଏବେ ସପା ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ନିଜ ଗଡ଼ରେ ହରାଇବା ପାଇଁ ପ୍ରସ୍ତୁତ ହୋଇଛି । ଯୋଗୀଙ୍କ ବିପକ୍ଷରେ ଗୋରଖପୁର ସିଟରେ ସପା ସୁଭାବତୀ ଶୁକ୍ଳାଙ୍କୁ ପ୍ରାର୍ଥୀ କରିଛି । ସୁଭାବତୀ ମଧ୍ୟ ଏକଦା ବିଜେପିର ଥିବା ଟାଣୁଆ ନେତା ସ୍ୱର୍ଗତ ଉପେନ୍ଦ୍ର ଶୁକ୍ଳାଙ୍କ ପତ୍ନୀ । ସୁଭାବତୀ ନିକଟରେ ସପାରେ ସାମିଲ ହୋଇଛନ୍ତି ।

ସୁଭାବତୀ ଶୁକ୍ଳା ଜୀବନରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସୁଭାବତୀ ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇଥିଲେ ବି ତାଙ୍କ ସ୍ୱାମୀ ସ୍ୱର୍ଗତ ଉପେନ୍ଦ୍ର ଶୁକ୍ଳାଙ୍କୁ ଗୋରଖପୁରର ଟାଣୁଆ ବ୍ରାହ୍ମଣ ଚେହେରା ଭାବରେ ବିବେଚନା  କରାଯାଉଥିଲା । ଭାଜପାର ପୂର୍ବ ପ୍ରଦେଶ ଉପାଧ୍ୟକ୍ଷ ଏବଂ ଗୋରଖପୁରର ଆଞ୍ଚଳିକ ଅଧ୍ୟକ୍ଷ ରହିଥିବା ଉପେନ୍ଦ୍ର ଦତ୍ତ ଶୁକ୍ଳା ବ୍ରାହ୍ମଣଙ୍କୁ ପ୍ରଭାବିତ କରିବାରେ ବେଶ୍ ଭୂମିକା ରହିଥିଲା । ଉପେନ୍ଦ୍ର ଶୁକ୍ଳା ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ବିଜେପିର ଗୋରଖପୁରର ଆଞ୍ଚଳିକ ଅଧ୍ୟକ୍ଷ ଭାବେ କାମ କରିଥିଲେ । ଗୋରଖପୁରରେ ୬୪ ବିଧାନସଭା ଏବଂ ୧୨ ଲୋକସଭା ଆସନ ରହିଛି ।

Get real time updates directly on you device, subscribe now.