ବଡ଼ ଖବର: ମାତ୍ର ୩୭ ବର୍ଷ ବୟସରେ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର, ପାକିସ୍ତାନ ବିପକ୍ଷରେ କରିଥିଲେ ଡେବ୍ୟୁ

ଭାରତୀୟ କ୍ରିକେଟରୁ ଆସିଲା ଏକ ବଡ଼ ଖବର । ମାତ୍ର 37 ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ ଜଗତକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର ।

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟରୁ ଆସିଲା ଏକ ବଡ଼ ଖବର । ମାତ୍ର 37 ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ ଜଗତକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର । ସେ ODI ଏବଂ T20I କ୍ରିକେଟରେ ଭାରତୀୟ ମହିଳା ଦଳର ପ୍ରତିନିଧିତ୍ୱ କରିଥିଲେ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଗୌହର ସୁଲତାନା ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି ଗୌହର । ସେ ୮୭ ଟି ଅନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

India Left-arm Spinner Gouher Sultana Announces Retirement From Cricket |  Outlook India

ଗୌହର ବାମହାତୀ ସ୍ପିନର ଭାବରେ ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୯୫ ୱିକେଟ୍ ନେଇଛନ୍ତି। ODIରେ ୬୬ ୱିକେଟ୍ ନେବା ବ୍ୟତୀତ ସେ T20Iରେ ୨୯ ୱିକେଟ୍ ନେଇଥିଲେ। ODIରେ ସେ ୪ ରନ୍ ଦେଇ ୪ ୱିକେଟ୍ ନେବା ଥିଲା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ । ଆନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ସେ WPLରେ ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ। WPLରେ ସେ UP Wariors ପାଇଁ ୨ ସିଜିନ୍ ଖେଳିଥିଲେ କିନ୍ତୁ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ।

ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ

ଗୌହର ଟିମ୍ ଇଣ୍ଡିଆ ପାଇଁ ୫୦ ODI ମ୍ୟାଚ୍ ଏବଂ ୩୭ T20I ମ୍ୟାଚ୍ ଖେଳିଥିଲେ। ସେ ବହୁ ବର୍ଷ ଧରି ଦଳ ବାହାରେ ଥିଲେ। ସେ ତାଙ୍କର ଶେଷ ମ୍ୟାଚ୍ ଏପ୍ରିଲ ୨୦୧୪ରେ ଖେଳିଥିଲେ। ସେ କେବଳ ୬ ବର୍ଷ ପାଇଁ ଟିମ୍ ଇଣ୍ଡିଆ ପାଇଁ ଖେଳିପାରିଥିଲେ। ସେ ମେ ୨୦୦୮ରେ ପାକିସ୍ତାନ ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।

ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ ଲେଖିଥିଲେ

ଗୌହର ସୁଲତାନା ଇନଷ୍ଟାଗ୍ରାମରେ ତାଙ୍କର ଅବସର ଘୋଷଣା କରି ଲେଖିଛନ୍ତି ଯେ- “ଆଜି ମୁଁ ହସି ହସି କ୍ରିକେଟ ଜଗତରୁ ବିଦାୟ ନେଉଛି” । ବର୍ଷ ବର୍ଷ ଧରି ଗର୍ବ ଏବଂ ଆଗ୍ରହର ସହିତ ଭାରତୀୟ ଜର୍ସି ପିନ୍ଧିବା ପରେ, ଏବେ ତାଙ୍କ କ୍ରିକେଟ ଯାତ୍ରାର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଲେଖିବାର ସମୟ ଆସିଛି। ସେ ସମସ୍ତ କ୍ରିକେଟ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସର୍ବୋଚ୍ଚ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ। ସମସ୍ତ ସାଥୀ ଖେଳାଳି, ପ୍ରଶିକ୍ଷକ, ଚୟନକର୍ତ୍ତା ଏବଂ ସହାୟକ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।