fbpx

ଫାବିଫ୍ଲୁ ଔଷଧ ବାଣ୍ଟିବା ମାମଲାରେ ଫସିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଫାବିଫ୍ଲୁ ଔଷଧ ବିତରଣ ପ୍ରସଙ୍ଗରେ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଡ୍ରଗ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ(ଡିସିଜିଆଇ)କୁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଦ୍ୱାରା କୋଭିଡଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଫାବିଫ୍ଲୁ ବଣ୍ଟନର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ ସମୟରେ ଔଷଧ ମହଜୁଦ କରି ରଖିଥିବା ନେଇ ଗୌତମ ଗମ୍ଭୀର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କରି କୋର୍ଟ କହିଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ ମନ୍ଦ ହୋଇନଥିଲେ ମଧ୍ୟ ବହୁ ପରିମାଣରେ ଔଷଧ କିଣି  ସେମାନେ ଭୁଲ୍ କରିଛନ୍ତି।

କୋର୍ଟ କହିଛନ୍ତି ଯେ ସେମାନେ ରିମଡେସିଭର କିମ୍ବା ଫାବିଫ୍ଲୁ ଭଳି ଔଷଧକୁ ଅଭାବୀ ଲୋକଙ୍କୁ ବାଣ୍ଟିଥିଲେ କିନ୍ତୁ  ଏହି ପଦ୍ଦତି ଠିକ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । କୋର୍ଟ କହିଥିଲେ ଏହାକୁ ଏକ ଦାୟିତ୍ୱପୂର୍ଣ୍ଣ ମନୋଭାବ କୁହାଯାଇପାରିବ କି? ଯାହା ହେଉନା କାହିଁକି ଡ୍ରଗ୍ କଣ୍ଟ୍ରୋଲର୍ ଏହାକୁ ଦୃଷ୍ଟି ଦିଅନ୍ତୁ। ଗମ୍ଭୀର ଜଣେ ଜାତୀୟ ଖେଳାଳି। ତାଙ୍କର ଉଦ୍ଦେଶ୍ୟ ଭଲ ଥିଲା। କିନ୍ତୁ ଏହି ସବୁ କାର୍ଯ୍ୟ ଭୁଲ ଅଟେ ।” ଗମ୍ଭୀର ଡକ୍ଟର ଗର୍ଗଙ୍କ ପ୍ରେସକ୍ରିପସନ୍ ଉପରେ ତାଙ୍କ ଫାଉଣ୍ଡେସନ୍ ମାଧ୍ୟମରେ ଫାବିଫ୍ଲୁର ୨୬୨୮ ଟି ଷ୍ଟ୍ରିପ୍ କିଣିଥିଲେ।

Get real time updates directly on you device, subscribe now.