Peak Hours ବେଳେ OLA-UBER ବୁକ୍ କରିବା ପଡ଼ିବ ମହଙ୍ଗା, ସରକାର କ୍ୟାବ୍ ଏଗ୍ରୀଗେଟର୍ସଙ୍କୁ ଦେଲେ ଏହି ରିହାତି

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ଗାଇଡ଼ଲାଇନରେ କୁହାଯାଇଛି ଯେ, Non-peak hours ପାଇଁ ଭଡ଼ା Base Fareର ୫୦ ପ୍ରତିଶତ ହେବା ଆବଶ୍ୟକ

ନୂଆଦିଲ୍ଲୀ: ଯଦି ଆପଣ ବି Peak Hoursରେ ଓଲା-ଉବେର ସମେତ ଅନ୍ୟ କ୍ୟାବ ଏଗ୍ରୀଗେଟରର ଟ୍ୟାକ୍ସିରେ ଯିବା-ଆସିବା କରୁଛନ୍ତି, ତେବେ ଅଧିକ ଟଙ୍କା ଦେବା ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ।

ସରକାର କ୍ୟାବ ଏଗ୍ରୀଗେଟର୍ସଙ୍କୁ Peak Hours ବେଳେ Base Faresକୁ ୨ ଗୁଣା ପର୍ଯ୍ୟନ୍ତ ଚାର୍ଜ କରିବା ଲାଗି ଅନୁମତି ଦେଇଛନ୍ତି। ପ୍ରଥମେ ଏହା ୧.୫ ଗୁଣା ଥିଲା।

ପିଟିଆଇ ଖବର ମୁତାବକ, Non-peak hours ପାଇଁ Base Fare ହାରାହାରି ୫୦ ପ୍ରତିଶତ ହେବା ଆବଶ୍ୟକ। ଏହି ବିଷୟରେ ରାଜ୍ୟଗୁଡ଼ିକୁ ତିନି ମାସ ମଧ୍ୟରେ ସଂଶୋଧିତ ଗାଇଡଲାଇନକୁ ଆପଣାଇବାକୁ ପରାମର୍ଶ ଦିଆଯାଇଛି।

ଖବର ମୁତାବକ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନିଜ ‘ମୋଟର ଯାନ ଏଗ୍ରୀଗେଟର ଗାଇଡଲାଇନ୍ସ ୨୦୨୫’ରେ କହିଛି ଯେ, ଏଗ୍ରୀଗେଟରକୁ Base Faresରୁ ୫୦ ପ୍ରତିଶତ କମ ଏବଂ Sub-Clause(୧୭.୧) ଅନୁଯାୟୀ, ନିର୍ଦ୍ଦିଷ୍ଟ Base Faresର ସର୍ବାଧିକ ଦୁଇ ଗୁଣା ଚାର୍ଜ କରିବାର ଅନୁମତି ରହିଛି।

ଏହା ବ୍ୟତୀତ, Dead Mileageର ପୂରଣ ପାଇଁ Base Fares ତିନି କିମି ପାଇଁ ନିଆଯିବ। ଏଥିରେ ଯାତ୍ରୀ ବିନା ଯାତ୍ରା କରିଥିବା ଦୂରତା, ଯାତ୍ରା କରିବା ଦୂରତା ଏବଂ ଯାତ୍ରୀଙ୍କୁ ନେବା ପାଇଁ ବ୍ୟବହୃତ ଇନ୍ଧନ ଅନ୍ତର୍ଭୁକ୍ତ।