fbpx

ଜାତୀୟ କ୍ରୀଡ଼ା ପୂର୍ବରୁ ସରକାରଙ୍କ ପୁରସ୍କାର ଘୋଷଣା : ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ରାହିଛି ୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଓଡ଼ିଶା ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା । ଜାତୀୟ କ୍ରୀଡ଼ା ହେବା ପୂର୍ବରୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି । ରାଜ୍ୟ ସରକାର ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ୫ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୬ ତାରିଖରୁ ଜାତୀୟ କ୍ରୀଡ଼ା ଗୋଆରେ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ୩୭ଟି ବିଭାଗରେ ଓଡ଼ିଶାର ୩୦୦ ଜଣ ଖେଳାଳି ଭାଗ ନେବେ । ଏହି ଖେଳ ପାଇଁ ରାଜ୍ୟ ସରକାର ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ୫ଲକ୍ଷ ଟଙ୍କା, ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.