fbpx
BSKY
BJD YOUTH SKY
BJD MS SKY

ମାର୍କେଟକୁ ପୁଣିଥରେ ଆସିବ ୧୦୦୦ ଟଙ୍କିଆ ନୋଟ୍! ରିପୋର୍ଟରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ମାର୍କେଟରେ ୨୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଆଜି ଏକ ବଡ଼ ଖୁଲାସା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହି ନୋଟ୍ ଗୁଡ଼ିକୁ ବ୍ୟାଙ୍କରେ ଜମା/ପରିବର୍ତ୍ତନ କରିବାର ସମୟ ଶେଷ ହୋଇ ସାରିଥିବା ବେଳେ ବର୍ତ୍ତମାନ ୧୦ ହଜାର କୋଟି ଟଙ୍କାର ନୋଟ୍ ପ୍ରଚଳନ ହେଉଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛଇ ଯେ, ୨୦୦୦ ଟଙ୍କିଆ ନୋଟ୍ ବ୍ୟାନ୍ ପରେ ପୁଣିତରେ ୧୦୦୦ ଟଙ୍କିଆ ନୋଟ୍ ମାର୍କେଟକୁ ଫେରିବ କି?

ତେବେ ମିଳିଥିବା ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ୧୦୦୦ ଟଙ୍କିଆ ନୋଟ୍ ଆଣିବା ନେଇ କୌଣସି ପ୍ଲାନରେ ନାହିଁ । ଏହାକୁ ଅନ୍ୟ କୌଣସି ରୂପରେ ମଧ୍ୟ ମାର୍କେଟକୁ ଫେରାଇବା ଚିନ୍ତା କରୁନାହିଁ ରିଜର୍ଭ ବ୍ୟାଙ୍କ । ତେବେ ମାର୍କେଟରେ କ୍ୟାସ ଟ୍ରାଞ୍ଜାକ୍ସନ ଜାରି ରକିବା ପାଇଁ ରିଜର୍ଭ ବ୍ୟାଙ୍କ ପର୍ଯ୍ୟାପ୍ତ ପରିମାଣରେ ୫୦୦ ଟଙ୍କିଆ ନୋଟ ଉପଲବ୍ଧ କରାଇଛି । ଫଳରେ ଲୋକଙ୍କୁ ନଗଦ ଟଙ୍କା ଉପରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହାବ୍ୟତୀତ ଡିଜିଟାଲ ପେମେଣ୍ଟ ମେଥଡ୍ ଲୋକଙ୍କ ପାଇଁ ନଗଦ କ୍ୟାସର ଆବଶ୍ୟକତାକୁ କମ୍ କରିଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ କହିଛି ଯେ, ୧୦୦୦ ଟଙ୍କିଆ ନୋଟ୍ ପୁଣିଥରେ ମାର୍କେଟକୁ ଆଣିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ବିଭିନ୍ନ ଗୁଜବରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ।

ସୂଚନା ଥାଉ କି, ୨୦୧୬ ମସିହାରେ ମୋଦୀ ସରକାର ନୋଟବନ୍ଦୀ ନିଷ୍ପତ୍ତି ସହ ପୁରୁଣା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାର ବିକଳ୍ପ ଭାବରେ ଜାରି ହୋଇଥିଲା ୨୦୦୦ଟଙ୍କିଆ ନୂଆ ନୋଟ୍ । ତେବେ ଗତ ମେ’ ମାସରେ ଏହି ନୋଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ଫେରାଇ ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

Get real time updates directly on you device, subscribe now.