fbpx

ସୁନା-ରୂପା ଗହଣା ରାପ୍ତାନୀର ନୂଆ ନିୟମ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାର ଗହଣାର ରପ୍ତାନୀରେ ସୁନା, ରୂପା ଏବଂ ପ୍ଲାଟିନମ ସାମଗ୍ରୀ ପାଇଁ ଅନୁମତି ପ୍ରାପ୍ତ କ୍ଷତି ଅର୍ଥାତ ୱେଷ୍ଟେଜ ମାତ୍ରାର ନୂଆ ମାନଦଣ୍ଡ ଉପରେ ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମାନଦଣ୍ଡ ପାଇଁ ନୋଟିଫିକେସନ ଗୋଟିଏ ଦିନ ଅର୍ଥାତ ମଙ୍ଗଳବାର ଦିନ ଜାରି କରାଯାଇଥିଲା । ନୂଆ ମାନକ ଉପରେ ରତ୍ନ ଏବଂ ଆଭୁଷଣ ଉଦ୍ୟେଗ ଚିନ୍ତା ପ୍ରକଟ କରିଥିଲା ।

ସରକାର ସୋମବାର ଦିନ ସୁନା ଏବଂ ରୂପା ଗହଣାର ଏକ୍ସପର୍ଟ ବିଷୟରେ ୱେଷ୍ଟେଜର ସ୍ୱୀକାର୍ଯ୍ୟ ମାତ୍ରା ଏବଂ ମାନକ କଞ୍ଚା ମାଲ ଏବଂ ପ୍ରସ୍ତୁତି ହୋଇଥିବା ଉତ୍ପାଦନ ସହ ସମ୍ବନ୍ଧିତ ସଂଶୋଧିତ ମାନଦଣ୍ଡକୁ ନୋଟିଫାଏ କରିଥିଲେ । ସେହିଭଳି ଉଦ୍ୟେଗ ଦାବି କରିଥିଲା ଯେ, ମାନଦଣ୍ଡକୁ ବିନା କୌଣସି ପରାମର୍ଶର ଅଧିସୂଚୀତ କରାଯାଇଥିଲା । ଏହି କାରଣରୁ ଜେମ୍ସ ଆଣ୍ଡ ଜ୍ୱେଲାରୀ ଇଣ୍ଡଷ୍ଟ୍ରୀ ପାଇଁ ଅଚାନକ ସ୍ଥିତି ବଦଳାଇବା ଏବଂ ନୂଆ ନିୟମ ଆସିବାରେ ଅସୁବିଧା ହେଉଛି ଯାହାପାଇଁ ଅନେକ ପ୍ରସ୍ତୁତି ହୋଇନାହିଁ । ଏହି ଦାବି ପରେ ସରକାର ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରଚଳିତ ନିୟମମାନକୁ ବଜାୟ ରଖିବା ଏବଂ ଇଣ୍ଡଷ୍ଟ୍ରୀର ରାୟ ନେବା ପରେ ନୂଆ ନିଷ୍ପତ୍ତି ନେବା ପାଇଁ ମନସ୍ତ କରିଛନ୍ତି ।

ଡିଜିଏଫଟି ମଙ୍ଗଳବାର ଦିନ କହିଛି ଯେ, ବର୍ତ୍ତମାନ ସଂଶୋଧିତ ମାନଦଣ୍ଡ ସମ୍ବନ୍ଧରେ ଉଦ୍ୟେଗର ପୁଣି ଥରେ ରାୟ ନିଆଯିବ । ନିର୍ଦ୍ଦେଶାଳୟ କହିଛି ଯେ, ଏହି ବିଷୟରେ ଉଦ୍ୟେଗରୁ ୫ ମାର୍ଚ୍ଚ ଏବଂ ୨୧ ମାର୍ଚ୍ଚରେ ରାୟ ନିଆଯାଇଥିଲା । ଡିଜିଏଫଟି କହିଛି ଯେ, ଉଦ୍ୟେଗ ଏବଂ ରତ୍ନ ତଥା ଆଭୁଷଣ ରପ୍ତାନୀ ପରିଷଦ ଏକ ମାସ ମଧ୍ୟରେ ସମ୍ବୋଧିତ ମାନଦଣ୍ଡ ସମିତିକୁ ନିଜ ପରାମର୍ଶ ଦେଇପାରିବେ ।

Get real time updates directly on you device, subscribe now.