ଭୁବନେଶ୍ବର: କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ଜାତୀୟ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯାଇଛି । ରାଜ୍ୟର 129 ଜଣ କ୍ରୀଡାବିତଙ୍କୁ ରାଜ୍ୟ ସରକାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ 17 ଲକ୍ଷ 83ହଜାର 500 ଟଙ୍କା ପୁରସ୍କାର ଦିଆଯାଇଛି ।
ଖବର ଅନୁସାରେ, ଖୋଖୋ କ୍ରୀଡାବିତଙ୍କୁ 3.75 ଲକ୍ଷ, କାରେଟ କ୍ରୀଡାବିତଙ୍କୁ 3.58 ଲକ୍ଷ, ବିଶୁ କ୍ରୀଡାବିତଙ୍କୁ 1.96 ଲକ୍ଷ, ପେଞ୍ଚକ ସିଲେଟ କ୍ରୀଡାବିତଙ୍କୁ 2.60 ଲକ୍ଷ ଏବଂ ପାରା ଆଥେଲେଟିକକଙ୍କୁ 1.17 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବେସବଲ୍ ଖେଳାଳୀଙ୍କୁ24500, ଚେସ୍ ଖେଳାଳୀଙ୍କୁ 5 ହଜାର, ସନ୍ତରଣକାରୀଙ୍କୁ 37 ହଜାର, ତାଇକ୍ବାଣ୍ଡୋଙ୍କୁ 98 ହଜାର, କ୍ରିକେଟ ଖେଳାଳୀଙ୍କୁ 62500, ଭାରାତ୍ତୋଳନକାରୀଙ୍କୁ 44 ହଜାର, ପାରାସନ୍ତରଣକାରୀଙ୍କୁ 53 ହଜାର ଏବଂ ପାରା ବ୍ୟାଡିଂମିଣ୍ଟନ ଖେଳାଳୀଙ୍କୁ 30 ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଛି ।