fbpx

ପ୍ରତି ମାସରେ ଲୋକଙ୍କ ଖାତାକୁ ଯିବ ୨୩ ହଜାର ଟଙ୍କା, ଜାଣନ୍ତୁ ସରକାର କେଉଁଠି କଲେ ଘୋଷଣା

ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୨୩ ହଜାର ଟଙ୍କା ଯିବ, ଏବଂ ତାକୁ ଫେରାଇବାକୁ ପଡିବ ନାହିଁ ତେବେ ଏହା କେତେ ଉତ୍ତମ କଥା ହେବ । କେତେକଙ୍କ ଜୀବନ ବଦଳିଯିବ । ଏକ ସରକାର ଏପରି ଯୋଜନା ଆଣି ଆସି ଆସିଛନ୍ତି, ଏବଂ ଅଗଷ୍ଟରୁ ଏହାକୁ ଲାଗୁ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାତ୍ର ଡିଜିଟାଲ କ୍ୟାଶ ହ୍ୟାଣ୍ଡଆଉଟ୍ସ ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଅଗଷ୍ଟ ମାସରୁ ହିଁ ଏହି ଟଙ୍କା ମିଳିବା ଆରମ୍ଭ ହୋଇଯିବ । ଏହାର ଲକ୍ଷ୍ୟ ଲୋକଙ୍କୁ ଖର୍ଚ୍ଚ କରିବା ପାଇଁ ଦେବା, ଯାହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ସଠିକ କରାଯାଇପାରିବ । ଲୋକସବା ନିର୍ବାଚନ ସମୟରେ କଂଗ୍ରେସ ମଧ୍ୟ କିଛି ଏପରି ଲୋକଙ୍କୁ ପ୍ରତି ମାସରେ ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି ।

ଏଭଳି ପ୍ରୟାସ ଆଇଲ୍ୟାଣ୍ଡରେ ହେବାକୁ ଯାଉଛି, ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରେୟା ଥାବିସିନ ସୋମବାର ଦିନ କହିଛନ୍ତି ଯେ, ଆମେ ଲୋକଙ୍କ ପାଇଁ ଡିଜିଟାଲ ୱାଲେଟ ସ୍କିମ ଲାଗୁ କରିବାକୁ ଯାଉଛି । ଯେଉଁଥିରେ ଲୋକେ ମଧ୍ୟ ଏତିପାଇଁ ରେଜିଷ୍ଟ୍ରେସନ କରିବେ, ତାଙ୍କୁ 10000 baht ମିଳିବ । ଏଥିରେ ଲୋକଙ୍କୁ ଲୋକାଲ ପ୍ରଡକ୍ଟର କିଣିବା ଉପରେ ଖର୍ଚ୍ଚ କରିବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ଆମେ ୫୦ ଲକ୍ଷ ନାଗରିକଙ୍କୁ ଏହା ମାଧ୍ୟମରେ ଟଙ୍କା ଦେବୁ । ରେଜିଷ୍ଟ୍ରେସନ ୧ ଅଗଷ୍ଟରୁ ଆରମ୍ଭ ହେବ ।

Get real time updates directly on you device, subscribe now.