fbpx

(ଭିଡ଼ିଓ)ମଦ ପିଇବାର ବୟସ ହ୍ରାସ କଲେ ସରକାର, ଏବେ ୨୧ ବର୍ଷର ଯୁବକ ବି କିଣି ପିଇପାରିବେ

ଚଣ୍ଡିଗଡ଼: ଦେଶରେ ହାଡ଼ଗଙ୍ଗା ଶୀତ ଜାରି ରହିଛି । ଶୀତଦିନେ ମଦ ପିଇବା ଓ କିଣିବାର ବୟସରେ ବଡ଼ ପରିବର୍ତ୍ତନ କରିଛନ୍ତି ହରିୟାଣା ସରକାର । ଏହି ପରିବର୍ତ୍ତନ ପରେ ଏଣିକି ୨୧ ବର୍ଷର ଯୁବକମାନେ ବି ମଦ କିଣିବା ସହିତ ପିଇପାରିବେ । ହରିୟାଣା ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ବିଲ୍ ପାରିତ ହୋଇଛି ।

ଏହି ବିଲ୍ ଅନୁସାରେ, ଏବେ ରାଜ୍ୟରେ ମଦ କିଣିବା ଓ ପିଇବା ପାଇଁ ଆଇନଗତ ସର୍ବନିମ୍ବ ବୟସ ୨୧ ବର୍ଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ୨୫ ବର୍ଷରୁ କମ୍ ଯୁବକମାନେ ମଦ କିଣିବା ଓ ପିଇବାରୁ ବଞ୍ଚିତ ହେଉଥିଲେ । ୨୦୨୧-୨୨ ପାଇଁ ଏକ୍ସାଇଜ୍ ପଲିସି ଗଠନ କରିିବା ବେଳେ ବୟସ ସୀମା ୨୫ରୁ ୨୧ କରିବାକୁ ଆଲୋଚନା କରାଯାଇଥିଲା । କାହିଁକି ନା ଅନେକ ରାଜ୍ୟରେ ମଦ କିଣିବା ଓ ପିଇବାର ବୟସ ୨୧ ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ବି ଏହି ବୟସକୁ ହ୍ରାସ କରି ୨୧ କରାଯାଇଛି ।

Get real time updates directly on you device, subscribe now.