ସରକାରୀ ଜମି ବିକ୍ରିର ହେବ ଯାଞ୍ଚ, ବେଆଇନ ଘର ଭଙ୍ଗାଯିବ: ଜିଲ୍ଲାପାଳ

ଭୁବନେଶ୍ବର: ବେଆଇନ ଘର କରିଥିଲେ ସାବଧାନ୍ । ବେଆଇନ ଘର ହୋଇଥିଲେ ଭଙ୍ଗାଯିବ କହିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ । କଟକ ଧବଳେଶ୍ବରରେ ସରକାରୀ ଜମି ବିକ୍ରିର ଯାଞଅଚ ହେବ । ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ କହିଲେ କଟକ ଜିଲ୍ଲାପାଳ । ଯଦି ଗଫଲାତି ବାହାରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ସୂଚନା ଦେଇଛନ୍ତି । ଠକମୀର ଶିକାର ହୋଇଥିଲେ ମଧ୍ୟ ନ୍ୟାୟ ପାଇଁ କାର୍ଯ୍ୟ କରାଯିବ । ଠକାମୀର ଶିକାର ହୋଇଥିଲେ ଥାନାରେ ଆସି ଅଭିଯୋଗ କରନ୍ତୁ । କିଛି ବ୍ୟକ୍ତିଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ବେଆଇନ ଭାବେ ଜାଗା କିଣି ଘର କରିଥିଲେ ଉଚ୍ଛେଦ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି ।