fbpx

ଏଲପିଜି ସିଲିଣ୍ଡର ଉପରେ ସରକାର କଲେ ନୂଆ ନିୟମ, ଦେଶର ସବୁ ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରତ୍ୟେକଙ୍କ ଘରେ ରନ୍ଧନ ଗ୍ୟାସ ମହଜୁଦ ଅଛି । କେତେବେଳେ ଦେଶରେ ଗ୍ୟାସ ଦର ବଢିଯାଉଛି ତ କେତେବେଳେ ସରକାର ଏହାକୁ କମାଇ ଦେଉଛନ୍ତି । ଏହା ବ୍ୟତିତ ସିଲିଣ୍ଡରକୁ ନେଇ ମଧ୍ୟ ବେଳେବେଳେ ସମସ୍ୟା ଦେଖାଯାଉଛି । ତେବେ ସରକାର ଏଲପିଜି ସିଲିଣ୍ଡରରେ ଏମିତି କିଛି ନୂଆ ନିୟମ ଆଣିଛନ୍ତି, ଯାହାକି ସବୁ ଗ୍ରାହକ ଏହି ସୁବିଧା ପାଇ ପାରିବେ । ଯଦି ଆପଣଙ୍କ ଘରେ ଘରୋଇ ଗ୍ୟାସ ସିଲିଣ୍ଡର ଅଛି ତେବେ ଏହି ସୁବିଧାକୁ ଅପଣ ସହଜରେ ପାଇପାରିବେ । ତେବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ କମ୍ପାନୀ ତରଫରୁ କ୍ୟୁଆର କୋଡ ସିଲିଣ୍ଡରକୁ ବଜାରରେ ଲଂଚ କରାଯାଇଛି । ଏହି ମାଧ୍ୟମରେ ଆପଣ ଏହାକୁ ଟ୍ରାକ ଏବଂ ଟ୍ରାସ କରିପାରିବେ ।

ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ କହିଛନ୍ତି ଯେ, ଆଗାମୀ ତିନି ମାସ ମଧ୍ୟରେ ପ୍ରତ୍ୟେକ ଘରର ଗ୍ୟାସ ସିଲିଣ୍ଡରରେ କ୍ୟୁଆର କୋଡ ଲଗାଯିବ । ତେଣୁ ଏହି ପରିପ୍ରେକ୍ଷୀରେ ୱାର୍ଲଡ ଏଲପିଜି ୱିକ ୨୦୨୨ର ଯୋଜନାକୁ ନେଇ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରି କହିଛନ୍ତି ଯେ, ଏହା ହେଉଛି ଲୋକମାନଙ୍କ ପାଇଁ ବିରାଟ ପରିବର୍ତ୍ତନ କାରଣ ଏଥିରେ ଲୋକେ ନିଜର ଗ୍ୟାସ ସିଲିଣ୍ଡରକୁ ଟ୍ରାକ ଓ ଟ୍ରାସ କରିପାରିବେ ।

ତେବେ ଗ୍ରାହକମାନେ କ୍ୟୁଆର କୋଡ ଜରିଆରେ ସିଲିଣ୍ଡର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ । ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ପରେ କେଉଁଠି ଠିପି ଦିଆଯାଉଛି କେଉଁଠି ଖୋଲା ଯାଉଛି ତାହା ଜାଣିପାରିବେ ସାଧାରଣ ଲୋକେ । ତେବେ କ୍ୟୁଆର କୋଡକୁ ପୁରୁଣା ସିଲିଣ୍ଡରର ଉପରେ ଲଗାଯିବ । ହେଲେ ନୂଆ ସିଲିଣ୍ଡର ଉପରେ ଏହାକୁ ୱେଲ୍ଡ କରାଯାଇ ଲଗାଯିବ ।

ଏହା ଏମିତି ଏକ ବାରକୋଡ ଯାହାକି ଡିଜିଟାଲ ଡିଭାଇସ ଦ୍ୱାରା ରିଡ କରାଯାଇପାରିବ । ତେଣୁ ପେଟ୍ରୋଲିମ ମନ୍ତ୍ରୀ ହରଦୀପ କହିଛନ୍ତି ଯେ, ଆଗକୁ ଆସୁଥିବା ତିନି ମାସ ମଧ୍ୟରେ ଘରୋଇ ଏଲପିଜି ୧୪.୨ କେଜି ଗ୍ୟାସ ସିଲିଣ୍ଡର ଉପରେ କ୍ୟୁଆର କୋଡ ଲଗାଯିବ ।

Get real time updates directly on you device, subscribe now.