fbpx

ସରକାରଙ୍କ ବଡ ପଦକ୍ଷପେ; ମିଥ୍ୟା ଖବର ପ୍ରସାରଣ କରୁଥିବା ୩ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଥ୍ୟା ଖବର ପ୍ରସାରଣ କରୁଥିବା ୩ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଛନ୍ତି । ଏହି ୩ ଟି ୟୁଟ୍ୟୁବ୍ ଚ୍ୟାନେଲ ନକଲି ହୋଇଥିବା ସହ ଭୁଲ ତଥ୍ୟ ଦେଉଥିବାରକୁ ଏହାକୁ ବ୍ୟାନ୍ କରିଯାଇଥିବା ଭାରତ ସରକାରସ କହିଛିନ୍ତି । ତେବେ ଏହି ତିନୋଟି ନକଲି ଚ୍ୟାନେଲର ନାମ ହେଉଛି ଆଜତକ୍ ଲାଇଭ , ସରକାରୀ ଅପଡେଟ୍ ଏବଂ ନ୍ୟୁଜ ହେଡଲାଇନସ୍ ଯାହାର ପ୍ରାୟ ୩୩ ଲକ୍ଷ ସବସ୍କ୍ରାଇବର ଅଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ୩ ଟି ୟୁଟ୍ୟୁବ୍ ଚ୍ୟାନେଲ ଭାରତର ସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ନକଲି ଭିଡିଓ ପ୍ରସାରଣ କରୁଥିଲେ । ଫଳରେ ପିବିଆଇର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ନକଲି ଭିଡିଓକୁ ସ୍ପଷ୍ଟ କରିବା ସହ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଛି । ଏତତ୍ ବ୍ୟତୀତ ଏହା ପୂର୍ବରୁ ଭାରତ ସରକାର ଅନେକ ଫେକ୍ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଥିବା ବେଳେ ବର୍ତ୍ତମାନ ପୁଣି ୩ ଟି ଚୟାନେଲକୁ ବ୍ୟାନ କରିଛନ୍ତି ।

ତେବେ ବ୍ୟାନ ହୋଇଥିବା ଏହି ଚ୍ୟାନେଲଗୁଡକ ଭାରତର ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ଭୁଲ ସୂଚନା ପ୍ରଦାନ କରୁଛନ୍ତି । ଯାହାଫଳରେ PIB ଦ୍ୱାରା ଏହି ଚ୍ୟାନେଲକୁ ଯାଞ୍ଚ କରାଯାଇଛି । ତେବେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ପ୍ରାୟ ୩୩ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ଏତତ୍ ବ୍ୟତୀତ ଏହି ଚ୍ୟାନେଲଗୁଡିକରେ ୩୦୦ ମିଲିୟନରୁ ଅଧିକ ଥର ଭିଡିଓ ଦେଖାଯାଇଛି । ସେହିପରି ୟୁଟ୍ୟୁବ୍ ଚ୍ୟାନେଲ୍ ‘ନ୍ୟୁଜ୍ ହେଡଲାଇନ୍ସ’ର ପାଖାପାଖି ଏକ ମିଲିୟନ୍ ସବସ୍କ୍ରାଇବର ଥିବା ଜଣା ପଡିଛି । ତେଣୁ PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହାକୁ ମିଥ୍ୟା ଖବର ପାଇଁ ଚିହ୍ନଟ କରିବା ସହ ଏହାକୁ ବ୍ୟାନ କରିଛି ।

ତେବେ ଭାରତ ସରକାର ଏହା ପୂର୍ବରୁ ଅନେକ ୟୁଟ୍ୟୁବ ଚ୍ୟାନେଲ ସହ ପପୁଲାର ଆପଗୁଡୁକ ବ୍ୟାନ କରାଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଟିକଟକ, ଲାଇକ୍ ପରି ଅନେକ ଆପ୍ ସାମିଲ ରହିଛି ।

Get real time updates directly on you device, subscribe now.