fbpx

ଗ୍ରାହକଙ୍କ ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି: ଡିଜିଟାଲ୍ TV ରିସିଭର, USB Type C ଚାର୍ଜର ପାଇଁ ଜାରି କଲେ କ୍ୱାଲିଟି ଷ୍ଟାଣ୍ଡାର୍ଡ

Advertisement

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (Bureau of Indian Standards) ତିନୋଟି ଇଲେକ୍ଟ୍ରୋନିକ୍ ଡିଭାଇସ୍ – ଡିଜିଟାଲ୍ ଟେଲିଭିଜନ ରିସିଭର, ୟୁଏସବି ଟାଇପ୍-ସି ଚାର୍ଜର ଏବଂ ଭିଡିଓ ସର୍ଭିଲାନ୍ସ ସିଷ୍ଟମ୍ (ଭିଏସଏସ୍) ପାଇଁ କ୍ୱାଲିଟି ଷ୍ଟାଣ୍ଡାର୍ଡ ଜାରି କରିଛି । ଉପଭୋକ୍ତା ମାମଲାରେ ମନ୍ତ୍ରଣାଳୟ କହିଛି ଯେ, ସାଟେଲାଇଟ୍ ଟ୍ୟୁନର୍ ସହିତ ଡିଜିଟାଲ୍ ଟେଲିଭିଜନ୍ ରିସିଭର୍ ପାଇଁ ଏହା ହେଉଛି ପ୍ରଥମ ଭାରତୀୟ ମାନକ ।

ମନ୍ତ୍ରଣାଳୟ କହିଛି ଯେ, ଏହି ଷ୍ଟାଣ୍ଡାର୍ଡ ଅନୁଯାୟୀ ମ୍ୟାନିଫ୍ୟାକ୍ଚର ଟିଭି ଛାତ ଉପରେ ଲଗାଇଲେ ଲୋ ନଏଜ୍ ବ୍ଲାକ ଡାଉନ କନଭର୍ଟର(ଏଲଏନବି) ସହ ଡିସ୍ ଆଣ୍ଟିନା ସହିତ ଫ୍ରି-ଟୁ-ଏୟାର ଅର୍ଥାତ୍ ମାଗଣାରେ ଉପଲବ୍ଧ ଟିଭି ଓ ରେଡିଓ ଚ୍ୟାନେଲର ଫାଇଦା ଉଠାଇପାରିବେ ଗ୍ରାହକ । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏଥିରେ ସରକାରୀ ଯୋଜନା, ଦୂରଦର୍ଶନରେ ଶିକ୍ଷାଗତ ବିଷୟବସ୍ତୁ ଏବଂ ଭାରତୀୟ ସଂସ୍କୃତି ସହ ଜଡିତ କାର୍ଯ୍ୟକ୍ରମଗୁଡିକ ଦେଶର ବଡ଼ ଭାଗରେ ପହଞ୍ଚାଯାଇପାରିବ । ସମ୍ପ୍ରତି ଟେଲିଭିଜନ ଦର୍ଶକମାନଙ୍କୁ ଅଲଗା ଅଲଗା ଚ୍ୟାନେଲ ଦେଖିବା ପାଇଁ ଏକ ସେଟ୍-ଟପ୍ ବକ୍ସ କିଣିବାକୁ ପଡିବ । ସେଥିରେ ମାଗଣାରେ ଦେଖିବାକୁ ଥିବା ଚ୍ୟାନେଲଗୁଡ଼ିକ ପାଇଁ ସେମାନଙ୍କୁ ଏକ ସେଟ ଟପ୍ ବକ୍ସର ଆବଶ୍ୟକତା ପଡ଼ିବ ।

ଦୂରଦର୍ଶନ ବର୍ତ୍ତମାନ ଆନାଗଲ୍ ଟ୍ରାନ୍ସମିସନ୍ ସମାପ୍ତ କରିବା ପ୍ରକ୍ରିୟାରେ ଅଛି । ଏହା ଡିଜିଟାଲ୍ ସାଟେଲାଇଟ୍ ଟ୍ରାନ୍ସମିସନ୍ ବ୍ୟବହାର କରି ଫ୍ରି-ଟୁ-ଏୟାର ଚ୍ୟାନେଲ ପ୍ରସାରଣ ଜାରି ରଖିବ । ସେଟ ଟପ୍ ବକ୍ସ ବ୍ୟବହାର ନକରି ଏହି ଫ୍ରି-ଟୁ-ଏୟାର ଚ୍ୟାନେଲଗୁଡ଼ିକୁ ଦେଖିବା ପାଇଁ ଉପଯୁକ୍ତ ସାଟେଲାଇଟ୍ ଟ୍ୟୁନର୍ ସହିତ ଏକ ଟେଲିଭିଜନ ରିସିଭର୍ ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି ।

ୟୁଏସବି ଟାଇପ୍ -ସି ଚାର୍ଜର :-
ଦ୍ୱିତୀୟ ଭାରତୀୟ ମାନକ ହେଉଛି ୟୁଏସବି ଟାଇପ୍ ସି ଚାର୍ଜର । ଏଥିରେ ପ୍ଲଗ୍ ଏବଂ କେବୁଲ୍ ସାମିଲ ରହିଛି । ଏଥିପାଇଁ ବିଦ୍ୟମାନ ବିଶ୍ୱ ମାନକ ଆଇସି ୬୨୬୮୦-୧-୩: ୨୦୨୨କୁ ଆପଣା ଯାଇଛି । ଏହି ଷ୍ଟାଣ୍ଡାର୍ଡ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ଉପକରଣ ଯେପରିକି ମୋବାଇଲ୍ ଫୋନ୍, ଲାପଟପ୍, ନୋଟବୁକ୍ ଇତ୍ୟାଦିରେ ବ୍ୟବହୃତ ୟୁଏସବି ଟାଇପ୍-ସି ପୋର୍ଟ, ପ୍ଲଗ୍ ଏବଂ କେବୁଲ ପାଇଁ ମାନକ ପ୍ରଦାନ କରିଥାଏ । ଏହା ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ପାଇଁ ଏକ ଅଂଶୀଦାର ଚାର୍ଜିଂ ସମାଧାନ ପ୍ରଦାନ କରୁଥିବା ଚାର୍ଜର ରହିଛି ।

ଏଥିରେ ପ୍ରତି ଗ୍ରାହକଙ୍କ ଚାର୍ଜର ସଂଖ୍ୟା ହ୍ରାସ ପାଇବ, କାରଣ ଗ୍ରାହକ ପ୍ରତ୍ୟେକ ଥର ଏକ ନୂଆ ଉପକରଣ କିଣିବା ସମୟରେ ଅଲଗା ଚାର୍ଜର କିଣିବା ଆବଶ୍ୟକ କରିବେ ନାହିଁ । ଇ-ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ସ୍ଥାୟୀ ବିକାଶ ଦିଗରେ ଗତି କରିବାର କେନ୍ଦ୍ରର ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ।

ତୃତୀୟ ମାନକ ହେଉଛି ଭିଡିଓ ସର୍ଭିଲାନ୍ସ ସିଷ୍ଟମ୍ (ଭିଏସଏସ) ପାଇଁ ରହିଛି । ଏଥିପାଇଁ ଆନ୍ତର୍ଜାତୀୟ ମାନକ ଆଇସି ୬୨୬୭୬ ସିରିଜ୍ ଗ୍ରହଣ କରାଯାଇଛି । ଏହା ଅଧୀନରେ, ଭିଡିଓ ସିସିଟିଭି ସିଷ୍ଟମ ସହିତ ଜଡିତ ସମସ୍ତ ଦିଗ ପାଇଁ ମାନକ ପ୍ରସ୍ତୁତ କରାଯାଇଛି । ଏଥିରେ କ୍ୟାମେରା ଉପକରଣ, ଇଣ୍ଟରଫେସ୍, ସିଷ୍ଟମ୍ ଆବଶ୍ୟକତା ଏବଂ କ୍ୟାମେରା ଉପକରଣର ଇମେଜ୍ କ୍ୱାଲିଟି ଇତ୍ୟାଦି ସାମିଲ ରହିଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ମାନକ ଗ୍ରାହକ ଏବଂ ଉପଭୋକ୍ତାମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଉପକରଣ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବ । ଏହା ମଧ୍ୟ ସିସିଟିଭି ସିଷ୍ଟମକୁ ଅଧିକ ସୁରକ୍ଷିତ, ଦୃଢ଼ ଏବଂ ବ୍ୟୟବହୁଳ କରିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.