Breaking: ଆଉ ରହିବନି ପାଣି ସମସ୍ୟା, ହେଲ୍ପଲାଇନ୍ ନମ୍ୱର ଜାରି କରିବେ ସରକାର
ରାଜ୍ୟରେ ପାଣି ସମସ୍ୟା ସମାଧାନ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଜାରି ହେବ ପାଣି ପାଇଁ ହେଲ୍ପଲାଇନ୍ ନମ୍ୱର। ହେଲ୍ପଲାଇନ ନମ୍ୱରରେ କରିପାରିବେ ଅଭିଯୋଗ।
ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ତାତି। ଆଉ ଖରାଦିନେ ଓଡିଶାର ବିଭିନ୍ନ ଅଞ୍ଚଳର ପ୍ରମୁଖ ସମସ୍ୟା ହେଉଛି ପାଣି। କେଉଁଠି ନଳକୂପ ନାହିଁ ତ ଆଉ କେଉଁଠି ନଳକୂପ ଥାଇବି ଅଚଳ।
ତେଣୁ ଆଗକୁ ଯେପରି ସେମିତି କିଛି ଅସୁବିଧା ନହେବ ସେଥିପାଇଁ ସଜାଗ ହୋଇଛନ୍ତି ସରକାର। ଆଉ ଏଥିପାଇଁ ପ୍ରସ୍ତୁତି ମଧ୍ୟ କରୁଛନ୍ତି। ଆଗକୁ ପାଣି ପାଇଁ ରାଜ୍ୟରେ ହେଲ୍ପଲାଇନ୍ ନମ୍ୱର ମଧ୍ୟ ଜାରି କରିବାକୁ ଯାଉଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।
ମନ୍ତ୍ରୀ କହିଛନ୍ତି ଆଗକୁ ଯେପରି ପାଣି ସମସ୍ୟା ନ ରହିବ ସେଥିପାଇଁ ସରକାର କାମ ଅରମ୍ଭ କରିଦେଇଛନ୍ତି। ୨୧ ହଜାର ନଳକୂପ ଖନନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଖାପାଖି ସାଢେ ୩ ହଜାର ନଳକୂପ ଖୋଳା ସରିଲାଣି। ବିଭାଗ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି।
ଖୁବଶୀଘ୍ର ହେଲ୍ପଲାଇନ୍ ନମ୍ୱର ଜାରି ହେବ। ଆଉ ହେଲ୍ପଲାଇନ୍ ନମ୍ୱରରେ ଲୋକେ ପାଣି ସମସ୍ୟାକୁ ନେଇ ଅଭିଯୋଗ କରିପାରିବେ। ଯଦ୍ୱାରା ରାଜ୍ୟରୁ ପାଣି ସମସ୍ୟା ଦୂର ହୋଇ ପାରିବ। ଓ ଅଭିଯୋଗ ପାଇବା ପରେ ଯେଉଁ ଜାଗାରେ ସମସ୍ୟା ଥିବ ସେଠିକାର ସମସ୍ୟାକୁ ଦୂର କରିବା ପାଇଁ ସରକାର ଚେଷ୍ଟା କରିବେ।