fbpx

PF ଉପରେ ସୁଧହାର ବଢ଼ାଇବେ କି ସରକାର? ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା

Advertisement

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖବର । ପିଏଫ୍ ଆକାଉଣ୍ଟରେ ସୁଧ ହାର ବଢ଼ାଇବାକୁ ନେଇ ସରକାର ଏକ ବଡ଼ ବୟାନ ଦେଇଛନ୍ତି । ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ୱର ତେଲି ଗୃହରେ କହିଛନ୍ତି ଯେ, ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ୱର ତେଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହି ବଡ଼ ସୂଚନା ଦେଇଛନ୍ତି ।

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାର ପୁଣି ବୃଦ୍ଧି କରିବାକୁ ସରକାର ପୁନର୍ବିଚାର କରୁଛନ୍ତି କି ବୋଲି ଗୃହରେ ରାମେଶ୍ୱର ତେଲିଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଏହାର ଏକ ଲିଖିତ ଉତ୍ତର ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ସୁଧ ହାରର ପୁନର୍ବିଚାର କରିବାକୁ କୌଣସି ପ୍ରସ୍ତାବ ନାହିଁ । ଅର୍ଥାତ୍ ପିଏଫ୍ ଆକାଉଣ୍ଟରେ ସୁଧ ହାରରେ କୌଣସି ବୃଦ୍ଧି ଘଟିବ ନାହିଁ ।

ଅନ୍ୟପଟେ କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ ପାଉଥିବା ଲୋକଙ୍କ ପାଇଁ ଆସିଛି ବଡ ଖବର । ଏବେ ଇପିଏଫଓରୁ ମିଳୁଥିବା ପେନସନ ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ଫାଇଦା ସମସ୍ତ ପେନସନ ଭୋଗୀଙ୍କୁ ମିଳିବ। ଜାଣି ରଖନ୍ତୁ ଯେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ହେବାକୁ ଥିବା ବୈଠକରେ କେନ୍ଦ୍ରୀୟ ପେନସନ ବିତରଣ ପ୍ରଣାଳୀ ପ୍ରସ୍ତାବ ପରେ ଏହି ଯୋଜନାରେ ମୋହର ଲାଗିବ।

ଏହି ପ୍ରଣାଳୀ ସ୍ଥାପନା ପରେ ଦେଶରେ ପାଖାପାଖି ୭୩ ଲକ୍ଷ ପେନସନର୍ସଙ୍କ ଖାତାରେ ପେନସନକୁ ଏକଥରକେ ଟ୍ରାନ୍ସଫର କରାଯିବ। ଏବେ ଇପିଏଫଓର ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟ ନିଜ କ୍ଷେତ୍ର ଅନ୍ତର୍ଗତ ଲାଭାର୍ଥୀଙ୍କ ଆକାଉଣ୍ଟରେ ପେନସନ ଟ୍ରାନ୍ସଫର କରନ୍ତି। ଏମିତିରେ ପେନସନର୍ସଙ୍କୁ ପେନସନ ରାଶି ଭିନ୍ନ ଭିନ୍ନ ଦିନରେ ଅଲଗା ସମୟରେ ମିିଳିଥାଏ। ସୂଚନା ଅନୁଯାୟୀ ଇପିଏଫଓ ନିର୍ଣ୍ଣୟ ନେଉଥିବା ଶୀର୍ଷ ନିକାୟ କେନ୍ଦ୍ରୀୟ ନ୍ୟାସୀ ବୋର୍ଡ ମାନେ CBTରେ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ଏନେଇ ଏକ ପ୍ରସ୍ତାବ ଦିଆଯିବ।

Get real time updates directly on you device, subscribe now.