fbpx

ଭାରତର ନୂଆ ଗୃହ ସଚିବ ହେବେ ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ

ନୂଆଦିଲ୍ଲୀ: ଗୋବିନ୍ଦ ମୋହନ ହେବେ ଭାରତର ନୂଆ ଗୃହ ସଚିବ । ୧୯୮୯ ସିକ୍କିମ କ୍ୟାଡର ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନନେବେ । ଭଲ୍ଲାଙ୍କୁ ୨୦୧୯ରେ ଗୃହ ସଚିବ ଭାବେ ପଦୋନ୍ନତି ମିଳିଥିଲା । କେନ୍ଦ୍ର ଗୃହ ସଚିବଙ୍କ କାମ ହେଉଛି ପ୍ରଶାସନିକ ଏବଂ ନୀତିଗତ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବା ।

ଜମ୍ମୁ-କଶ୍ମୀରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋବିନ୍ଦ ମୋହନଙ୍କ ନିଯୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଗୋବିନ୍ଦ ମୋହନ ବିଏଚ୍ୟୁ-ଆଇଆଇଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ୨୦୨୧ ଅକ୍ଟୋବରରୁ ସେ କେନ୍ଦ୍ର ସଂସ୍କୃତି ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.