ଭୁବନେଶ୍ୱର: ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଜି ମେଡିକାଲ ତାଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ମୁତାବକ ତାଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାଆନ୍ତେ ଗୋବିନ୍ଦ ।
ସୂଚନାମୁତାବକ ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଥିଲା । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିଲେ ଯାହା ଫଳରେ ମାମଲାରେ ଶୁଣାଣି ପାଇଁ ତାଙ୍କୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା ।
ଗୋବିନ୍ଦ ଓକିଲ ନଦେବାରୁ ସରକାରଙ୍କ ପକ୍ଷରୁ ଆଇନ ସହାୟକ ସୁରେନ ପଣ୍ଡା ମାମଲା ପରିଚାଳନା କରିଥିଲେ । କୋର୍ଟଙ୍କ ନିର୍ଦେଶକ୍ରମେ ଜାମିନ ପାଇଁ ଆବେଦନ କରିଥିବା, ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନଦାର ପହଞ୍ଚିଲେ କୋର୍ଟ ଜାମିନ ବିଚାରକୁ ନେବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ତେବେ ଆଜି ଜେଏମ୍ଏଫସି କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା।