fbpx

ପୁଣି ବିମୁଦ୍ରୀକରଣ କରିବେ କି ସରକାର? ଜାଣନ୍ତୁ କ’ଣ ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ଦେଶର ଅର୍ଥନୀତିରେ ବୃଦ୍ଧି ପାଉଥିବା ନଗଦ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିମୁଦ୍ରୀକରଣ ଯୋଜନାକୁ ପୁଣିଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ଅସ୍ୱୀକାର କରିଛନ୍ତି ଯେ, ଅର୍ଥନୀତିରେ ନଗଦ ପ୍ରବାହ ହ୍ରାସ କରିବା ହେଉଛି ଉଚ୍ଚ ମୂଲ୍ୟର ନୋଟଗୁଡିକର ୨୦୧୬ ବିମୁଦ୍ରୀକରଣର ଅନ୍ୟତମ ଲକ୍ଷ୍ୟ।

ଏହା ସହିତ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ବିମୁଦ୍ରୀକରଣର ଉଦ୍ଦେଶ୍ୟ ହେଉଛି ନକଲି ନୋଟର ବୃଦ୍ଧି ଘଟୁଥିବା ଘଟଣାକୁ ରୋକିବା ଏବଂ ଅଗଣିତ ସମ୍ପତ୍ତି ସଂରକ୍ଷଣ ପାଇଁ ଉଚ୍ଚ ମୂଲ୍ୟର ବ୍ୟାଙ୍କ ନୋଟ ବ୍ୟବହାରକୁ ସୀମିତ ରଖିବା। ଡ୍ରଗ୍ କାରବାର ତଥା ଆତଙ୍କବାଦ ଭଳି କାର୍ଯ୍ୟକଳାପକୁ ଆର୍ଥିକ ସହାୟତା କରିବା ପାଇଁ ନକଲି ମୁଦ୍ରାର ବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

୮ ନଭେମ୍ବର ୨୦୧୬ ରେ, ଭାରତ ସରକାର ସମସ୍ତ ₹ ୫୦୦ ଏବଂ ₹ ୧୦୦୦ ନୋଟ ବିମୁଦ୍ରୀକରଣ ଘୋଷଣା କରିଥିଲେ। ବିମୁଦ୍ରୀକରଣ ହୋଇଥିବା ନୋଟ ବଦଳରେ ଏହା ନୂତନ ₹ ୫୦୦ ଏବଂ, ୨,୦୦୦ ନୋଟ ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଥିଲେ। ତେବେ ବିମୁଦ୍ରିକାରଣକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହା ଏକ ଅସଫଳ ଉଦ୍ୟମ ବୋଲି ଅନେକ ଅର୍ଥନୈତିକ ବିଶେଷଜ୍ଞ କହିଥିଲେ। ଏହାକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟରେ ମାମଲା ଉପରେ ଶୁଣାଣି ଚାଲିଥିବା ବେଳେ ନିକଟରେ କୋର୍ଟ ଏହି ପ୍ରସଙ୍ଗରେ ସରକାରଙ୍କଠାରୁ ତଥ୍ୟ ମାଗିଥିଲେ।

Get real time updates directly on you device, subscribe now.