fbpx

କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର: ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ନିୟମ

Advertisement

ନୂଆଦିଲ୍ଲୀ: ନିର୍ବାଚନ ପରେ ବର୍ତ୍ତମାନ ରାଜ୍ୟବାସୀଙ୍କୁ ମିଳିବ ନୂଆ ସରକାରଙ୍କ ନୂଆ ଯୋଜନାର ଫାଇଦା । କ୍ୟାବିନେଟ ବୈଠକରେ ସାଧାରଣ ଜନତାଙ୍କ ପାଇଁ ୫ଟି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ଏହି ନିର୍ବାଚନ ସମୟରେ ଜନତାଙ୍କୁ କରିଥିବା ପ୍ରତିଶ୍ରୁତି ପୂରଣ କରାଯିବ । ତେବେ ଚଳିତ ଆର୍ଥିକ ବର୍ଷରେ ଏହି ୫ଟି ପ୍ରସ୍ତାବ ଲାଗୁ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ପ୍ରସ୍ତାବ ଗୁଡିକୁ କ୍ୟାବିନେଟ ବୈଠକରେ ଗ୍ରୀନ ସିଗନାଲ ଦେଇ ସାରିଛନ୍ତି କର୍ଣ୍ଣାଟକର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ୫ ନିର୍ବାଚନୀ ପ୍ରସ୍ତାବକୁ ନେଇ ଚର୍ଚ୍ଚା କରାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ହିଁ ଏଗୁଡିକୁ ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରସ୍ତାବକୁ ମଞ୍ଜୁରି ଦେବା ପରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ଜୁଲାଇ ୧ ତାରିଖରୁ ୨୦୦ ୟୁନିଟ ମାଗଣା ବିଜୁଳି ସେବା ଉପରେ କାର୍ଯ୍ୟ ଅରମ୍ଭ ହେବ । ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦିଆଯିବ । ତେବେ ଜୁଲାଇ ସୁଦ୍ଧା ବିଦ୍ୟୁତ ବିଲ୍ ପୈଠ ନ କରିଥିବା ହିତାଧିକାରୀମାନଙ୍କୁ ଜମା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଅନ୍ନ ଭଗ୍ୟ ଯୋଜନା ଅଧୀନରେ ଜୁଲାଇ ୧ ତାରିଖରୁ ବିପିଏଲ ପରିବାର, ଅନ୍ତୋଦୟ କାର୍ଡଧାରକ ମାନଙ୍କୁ ୧୦ କେ.ଜି ଚାଉଳ ମାଗଣା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରର ମହିଳା ମୁଖ୍ୟଙ୍କ ପାଇଁ ଗୃହ ଲକ୍ଷ୍ମୀ ଯୋଜନାରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ମାସିକ ୨,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।

କଂଗ୍ରେସ ସରକାରର ୫ଟି ନିର୍ବାଚନୀ ପ୍ରତିଶ୍ରୁତି:

  • ଗୃହ ଜ୍ୟୋତି ଯୋଜନା: ପ୍ରତି ଘରକୁ ୨୦୦ ୟୁନିଟ ମଗଣା ବିଦ୍ୟୁତ
  • ଗୃହ ଲକ୍ଷ୍ମୀ ଯୋଜନା: ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ୨,୦୦୦ଟଙ୍କା ମାସିକ ସହାୟତା
  • ଅନ୍ନ ଭାଗ୍ୟ ଯୋଜନା: ଗରୀବ ସୀମାରେଖା ତଳେ ରହିଥିବ ପରିବାରର ସମସ୍ତ ସଦସ୍ୟଙ୍କୁ ମାସିକ ୧୦ କେ.ଜି ମାଗଣା ଚାଉଳ
  • ଯୁବା ନିଧି ଯୋଜନା: ୨ ବର୍ଷ ପର୍ଯ୍ୟନ୍ତ ୧୮-୨୫ ବର୍ଷ ବୟସର ସ୍ନାତକ ବରୋଜଗାର ପିଲାଙ୍କୁ ମାସିକ ୩,୦୦୦ ଟଙ୍କା ଏବଂ ଡିପ୍ଲୋମା ପାସ୍ ପିଲାଙ୍କୁ ୧,୫୦୦ ଟଙ୍କା ସହାୟତା ରାଶି
  • ଶକ୍ତି ଯୋଜନା: ମହିଳାମାନଙ୍କୁ ମ।।ଗଣାରେ ବସ୍ ସେବା ଯୋଗାଇ ଦେବା

Get real time updates directly on you device, subscribe now.