fbpx

ଆସିଗଲା ନୂଆ ନିୟମ: କାର୍ଯ୍ୟସ୍ଥଳରେ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ପାରିବେନି ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ସାଧାରଣ ଭାବେ ବିଭିନ୍ନ ସ୍କୁଲ, କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଡ୍ରେସକୋଡ୍ ରହିଥାଏ । କିଛି ଘରୋଇ ସଂସ୍ଥା ପାଇଁ ସ୍ୱତନ୍ତ୍ର ବେଶ ପୋଷାକ ରହିଥିବା ବେଳେ ଆଉ କିଛି ଅଫିସରେ କର୍ମଚାରୀମାନେ ସେମାନଙ୍କର ମନଇଚ୍ଛା ଡ୍ରେସ ପିନ୍ଧିଥାନ୍ତି । ତେବେ ନିକଟରେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଏଣିକି ସରକାରୀ ଅଫିସକୁ କର୍ମଚାରୀମାନେ ମନଇଚ୍ଛା ଡ୍ରେସ ପିନ୍ଧି ଯାଇ ପାରିବେ ନାହିଁ ।

ସୂଚନା ମୁତାବକ, ନିକଟରେ ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ଡ୍ରେସ୍ କୋଡ୍ ନିୟମ ଲାଗୁ କରାଯାଇଛି । ଏହି ବିଭାଗର କୌଣସି କର୍ମଚାରୀ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସକୁ ଯାଇ ପାରିବେ ନାହିଁ । ବିଭାଗ ପକ୍ଷରୁ ଏ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିନ୍ସ ଓ ଟି-ଶାର୍ଟ ଆରାମଦାୟକ ପୋଷାକ ହୋଇଥିବାରୁ ଏହାକୁ ପିନ୍ଧିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ମାତ୍ର ଏପରି ଡ୍ରେସ ପିନ୍ଧିବା ଦ୍ୱାରା ତାହା କାର୍ଯ୍ୟସ୍ଥଳର ସଂସ୍କୃତି ବିରୋଧୀ ହୋଇଥାଏ । ସେଥିପାଇଁ ବିଭାଗ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି ।

କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳକୁ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ନ ଆସିବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଯଦି ଜଣେ କର୍ମଚାରୀ ଏପରି ପୋଷାକ ପିନ୍ଧି କାର୍ଯ୍ୟସ୍ଥଳକୁ ଆସୁଥାନ୍ତି ତେବେ ତାହା କାର୍ଯ୍ୟାଳୟର ସଂସ୍କୃତି ବିରୋଧୀ ହୋଇଥାଏ । କର୍ମଚାରୀମାନେ କାଜୁଆଲ କପଡ଼ା ପିନ୍ଧିବା ଫଳରେ ତାହା କାର୍ଯ୍ୟ ସଂସ୍କୃତିର ବିରୋଧରେ ଯାଇଥାଏ । ସେଥିପାଇଁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଔପଚାରିକ ପୋଷାକ ପିନ୍ଧି ଆସିବା ଉଚିତ୍ । ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଆସିବା ଉପରେ ଗତ ଏପ୍ରିଲ ମାସରେ ଜିଲ୍ଲା ମାଜିଷ୍ଟ୍ରେଟ ରୋକ ଲଗାଇଥିଲେ । ଗତ ୨୦୧୯ରେ ରାଜି ସଚିବାଳୟର କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଥିଲା । କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳକୁ ସରଳ, ଆରାମଦାୟକ, ହାଲୁକା ରଙ୍ଗର କପଡ଼ା ପିନ୍ଧି ଆସିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.