fbpx

ଖୁସି ଖବର: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କଲେ ସରକାର, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଥରେ ବଢିଛି ଆୟକର ଦାଖଲ କରିବାର ତାରିଖ । ଫେବୃୟାରୀ ୨୮ ତାରିଖକୁ ଆୟକର ଦାଖଲର ଅନ୍ତିମ ତାରିଖ ଘୋଷଣା କରିଛନ୍ତି ସରକାର । ପୂର୍ବରୁ ଦୁଇ ଦୁଇ ଥର ସମୟ ଅବଧି ବୃଦ୍ଧି କରାଯିବା ସହିତ ଡିସେମ୍ବର ୩୧ ଅନ୍ତିମ ତାରିଖ ରହିଥିଲା । ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ । ଚଳିତ ବର୍ଷ ମଇ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ । ଏବେ ଏହାକୁ ପୁଣିଥରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିଲା ।

ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମୁଦାୟ ୫.୮୯ କୋଟି ଲୋକ ନିଜର ଆୟକର ପୈଠ କରିଛନ୍ତି । ତେବେ ଅନ୍ତିମ ତାରିଖରେ ୪୬.୧୧ ଲକ୍ଷ ଆଇଟିଆର ରିଟର୍ଣ୍ଣ ଫାଇଲ କରାଯାଇଥିଲା । ୨୦୨୦-୨୧ ତୁଳନାରେ ଏହି ସଂଖ୍ୟା କମ ରହିଛି । ବିଗତ ବର୍ଷରେ ୫.୯୫ କୋଟି ଲୋକ ଆୟକର ରିଟର୍ଣ୍ଣ ପୈଠ କରିଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି । ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କୁ ମୟ ଅବଧି ବୃଦ୍ଧି କରାଯିବା ନେଇ ବଡ଼ ଆଶ୍ୱସ୍ତି ମିଳିଛି । କରୋନା ଜନିତ ସଙ୍କଟ ଯୋଗୁଁ ଅନେକ ଲୋକ ଆର୍ଥୀକ ଦୁରାବସ୍ଥାର ସାମ୍ନା କରିଥିଲେ । ତେଣୁ ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଅତିରିକ୍ତ ସମୟ ଦିଆଯାଇଛି ।

Get real time updates directly on you device, subscribe now.