fbpx

BSFରେ ନୂଆ ବିଜ୍ଞପ୍ତି: ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, ଦରମା ୬୯୦୦୦ରୁ ଅଧିକ

ଚାକିରି ଅପେକ୍ଷାରେ ରହିଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ବର୍ଡର ସିକ୍ୟୁରିଟି ଫୋର୍ସ(BSF) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୀମା ସୁରକ୍ଷା ବଳରେ କନେଷ୍ଟବଳ ପଦ ପାଇଁ ଭ୍ୟାକେନ୍ସିର ବିଜ୍ଞପ୍ତି ପ୍ରକାଶ କରିଛି BSF । ପୁରୁଷ ଏବଂ ମହିଳା ଉଭୟ ଏଥିପାଇଁ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀ BSFର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରି ପାରିବେ । ତେବେ ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଏହାବ୍ୟତୀତ ଯୋଗ୍ୟ ହିତାଧିକାରୀ ସିଧା https://rectt.bsf.gov.in/ ଦ୍ୱାରା ମଧ୍ୟ ଆବେଦନ କରିପାରିବେ । ମୋଟ ୨୭୮୮ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ତେବେ ଜାନୁଆରୀ ୧୫ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ରହିଛି ମାର୍ଚ୍ଚ ୧ । ଏହି ପଦ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ସହିତ ୨ ବର୍ଷର ଅଭିଜ୍ଞତା କିମ୍ବା ଭୋକେସନାଲ ଇନଷ୍ଟଚ୍ୟୁଟରୁ ଆଇଟିଆଇରେ ୧ ବର୍ଷର ଡିପ୍ଲୋମା ହୋଇଥିବା ଆବଶ୍ୟକ । ଏହାବ୍ୟତୀତ ୧୮-୨୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.