fbpx

ହିଟଲରଙ୍କ ସମୟକୁ ଦୋହରାଉଛି ବିଜେପି ସରକାର : ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଫାରୁଖ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ମିତ ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବହୁ ବାଦ ବିବାଦ ଲାଗିବା ସହ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଫିଲ୍ମକୁ ନେଇ ବଲିଉଡରୁ ଆରମ୍ଭ କରି ଦେଶର ବଡ ବଡ ରାଜନେତା ମାନେ ମଧ୍ୟ ନିଜ ନିଜର ମନ୍ତବ୍ୟ ଦେଉଛନ୍ତି । ଫିଲ୍ମର ଚର୍ଚ୍ଚା ଦେଶଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଲାଗି ରହିଛି । ଚଳଚ୍ଚିତ୍ରକୁ ନେଇ ପ୍ରତିଦିନ କିଛି ନା କିଛି ମନ୍ତବ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ନଜରକୁ ଆସୁଛି । କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । କିଛି ଲୋକ ‘ଦି କଶ୍ମୀର ଫାଇଲ’ ଫିଲ୍ମକୁ ନେଇ ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା କରିବା ସହ ଫିଲ୍ମଟି କୁ ନ ଦେଖିବାକୁ ଦାବି କରୁଛନ୍ତି । ଏନେଇ ଆଜି ତଥା ମଙ୍ଗବାର ଦିନ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ , ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ’ ଟାକ୍ସ ଫି କରି ବିଜେପି ସରକାର ଲୋକଙ୍କ ଭିତରେ ଘୃଣାଭାବ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ସେ କହିଛନ୍ତି ଯେ ବିଜେପି ସରକାର ଏହି ଫିଲ୍ମଟିକୁ ସମସ୍ତ ପୋଲିସ ଏବଂ ସୈନିକମାନଙ୍କୁ ଦେଖେଇବାକୁୁ ଚାହୁଁଛନ୍ତି ଯାହାଫଳରେ ସମସ୍ତେ ଏହାକୁ ଦେଖି ଆମକୁ ଘୃଣା କରିବେ । ଯେଉଁଭଳି ଭାବେ ହିଟଲରଙ୍କ ଦ୍ୱାରା ଜର୍ମାନୀରେ ପୂର୍ବରୁ ଲୋକଙ୍କଉପରେ ଅତ୍ୟାଚାର ହୋଇଥିଲା ଠିକ୍ ସେହିଭଳି ଏହି ଫିଲ୍ମଟିକୁ ଲୋକଙ୍କୁ ଦେଖାଇ ମୁସଲିମ ଜାତି ବିରୋଧରେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ କରିବାର ଲକ୍ଷ୍ୟ ରଖିଛି ବିଜେପି । ଏହାଫଳରେ ସେ ଜାଣି ନାହାନ୍ତି ଯେ ଭାରତରେ କେତେ ଲୋକଙ୍କୁ ଏହାରମୂଲ୍ୟ ଦେବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଫିଲ୍ମଟି ହେଉଛି ପ୍ରଚାର କରିବାର ପ୍ଲାଟଫର୍ମ ଅଟେ । ଏହା ଏକ ଦୁଃଖଦ ଘଟଣା ଅଟେ ଯାହା ଘଟିଯାଇଛି । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ସହ ଘଟିଯାଇଥିବା ଏହି ଘଟଣା ରାଜ୍ୟର ସମସ୍ତ ହିନ୍ଦୁ ଏବଂ ମୁସିଲମାନ ଲୋକଙ୍କୁ ମର୍ମାହତ କରିଛି । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ସହ କଣ ଘଟିଛି ତାହାର ସତ୍ୟତା ଜାଣିବା ସହ ଶିଖ ଏବଂ ମୁସଲିମ ସହ ମଧ୍ୟ ଘଟିଥିବା ଘଟଣାରୁ ଅନୁସନ୍ଧାନ ପାଇଁ ଏକ କମିଶନ ଗଠନ କରାଯିବା ଉଚିତ ।

Get real time updates directly on you device, subscribe now.