ନୂଆଦିଲ୍ଲୀ- ସୋସିଆଲ ମିଡିଆରେ ୧୪୮ ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତିକୁ ନେଇ ସମାଲୋଚନା କରାଯିବା ପରେ ବ୍ୟାକଫୁଟକୁ ଆସିଛି ସରକାର । ତମାଖୁ, କପଡା, ଘଡି, ସିଗାରେଟ, କୋଲ୍ଡଡ୍ରିଙ୍କ୍ ସ ପରି ୧୪୮ ସାମଗ୍ରୀ ଉପରେ ଜିଏସଟି କାଉନସିଲ ତରଫରୁ ଗଠିତ ମନ୍ତ୍ରୀ ସମୂହଜିଏସଟି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା ନେଇ ଖବର ଆସିଥିଲା । ତେବେ ଏହା ବିରୋଧରେ ଆଲୋଚନା, ସମାଲୋଚନା ପରେ ସରକାର ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି ।
ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ କହିଛି କି, ଜିଏସଟି କାଉନସିଲ ଜିଏସଟି ରେଟରେ ପରିବର୍ତ୍ତନ ପାଇଁ କୌଣସି ଚର୍ଚ୍ଚା କରିନାହିଁ । ଏଥିସହ ମନ୍ତ୍ରୀ ସମୂହଙ୍କ ନିଷ୍ପତ୍ତି ସମ୍ବନ୍ଧିତ ରିପୋର୍ଟ ମଧ୍ୟ ମିଳିନଥିବା କହିଛି କାଉନସିଲ । ସିବିଆଇସି ମୁତାବକ, ଜିଏସଟି କାଉନସିଲ, ଜିଏସଟି ରେଟକୁ ତାର୍କିକ କରିବାକୁ ମନ୍ତ୍ରୀ ସମୂହର ଗଠନ କରିଥିଲା । ଏଥିରେ ବିହାର, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ ଓ କେରଳର ମନ୍ତ୍ରୀମାନେ ସାମିଲ ଓ ବିହାର ଉପମୁଖ୍ୟମନ୍ତ୍ରୀ ଏହି ସମୂହର ଅଧ୍ୟକ୍ଷ ।
କାଉନସିଲ ର ଅଧ୍ୟକ୍ଷତା ଅର୍ଥମନ୍ତ୍ରୀ କରୁଥିବା ବେଳେ ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତର ଅର୍ଥ ମନ୍ତ୍ରୀ ସାମିଲ ଅଛନ୍ତି । ଜିଏସଟିରେ ପରିବର୍ତ୍ତନ ଦିଗରେ କାଉନସିଲ ଅଧିକୃତ । ମନ୍ତ୍ରୀମାନେ କେବଳ ସେମାନଙ୍କ ସୁପାରିଶ ଉପସ୍ଥାପନ କରିପାରିବେ । ତେବେ ଏଯାଏଁ ସୁପାରିଶ ହସ୍ତଗତ ହୋଇନାହିଁ କି ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନି ।
ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚାକୁ ସିବିଆଇସି ଖଣ୍ଡନ କରିବା ପରେ ଅର୍ଥମନ୍ତ୍ରୀ କାଉନସିଲକୁ ତାର ତ୍ୱରିତ କାମ ପାଇଁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଲେଖିଛନ୍ତି କି, ଜିଏସଟି ମନ୍ତ୍ରୀ ସମୂହ ଜିଏସଟି ଦର ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି । ଏହା ପରେ ଜିଏସଟି କାଉନସିଲ, ସେମାନଙ୍କ ସୁପାରିଶ ଉପରେ ଆଲୋଚନା କରିବ ଓ ନିଷ୍ପତ୍ତି ନେବ, ଯାହା ଏଜାବତ୍ ହୋଇନାହିଁ ବୋଲି କହିଛନ୍ତି ସୀତାରମଣ ।