fbpx

୫ ବର୍ଷରେ ୩.୯୬ ଲକ୍ଷ କମ୍ପାନୀ ବନ୍ଦ କରିଛନ୍ତି କେନ୍ଦ୍ର ସରକାର, ଜାଣନ୍ତୁ ଏହା ପଛର କାରଣ

Advertisement

ନୂଆଦିଲ୍ଲୀ: ଗତ ୫ ବର୍ଷରେ ଲକ୍ଷାଧିକ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅନୁପାଳନରେ ଅଭାବ କାରଣରୁ ଅନେକ କମ୍ପାନୀକୁ ବନ୍ଦ କରାଯାଇଛି । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସରକାର ।

ତେବେ କମ୍ପାନୀ ଆଇନ ଅନୁସାରେ ଉଚିତ୍ ପ୍ରକ୍ରିୟାର ପାଳନ କରିବା ପରେ ଗତ ୫ ବର୍ଷରେ ୩.୯୬ ଲକ୍ଷରୁ ଅଧିକ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇଦିଆଯାଇଛି । ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି । କମ୍ପାନୀ ଅଧିନିୟମ ୨୦୧୩କୁ ଲାଗୁ କରିଥିବା କର୍ପୋରେଟ ମନ୍ତ୍ରଣାଳୟ ଗତ ଆର୍ଥିକ ବର୍ଷରେ ସରକାରୀ ରେକର୍ଡରୁ ୧୨,୮୯୨ କମ୍ପାନୀକୁ ହଟାଇଛି । ୨୦୧୯-୨୦ରେ ଏହାର ସଂଖ୍ୟା ୨,୯୩୩ ଥିଲା ।

କର୍ପୋରେଟ ବ୍ୟାପାର ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ରାଜ୍ୟସଭା ଅଧିବେଶନରେ ଏକ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି । ଏହି ଆକଳନରୁ ଜଣାପଡିଛି ଯେ, ଗତ ପାଞ୍ଚ ଆର୍ଥିକ ବର୍ଷରେ ମୋଟ ୩,୯୬,୫୮୫ କମ୍ପାନୀକୁ ରେଜିଷ୍ଟ୍ରାରରୁ ହଟାଯାଇଛି । ୨୦୧୬-୧୭ ବର୍ଷରେ ୭,୯୪୩ କମ୍ପାନୀ ହଟାଇଦିଆଯାଇଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୨,୩୪,୩୭୧ ଓ ୨୦୧୮-୧୯ରେ ଏହା ୧,୩୮,୪୪୬ ଥିଲା ।

Get real time updates directly on you device, subscribe now.