ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ବରୁ ହଟାଇଲେ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ବରୁ ହଟାଇଲେ ସରକାର । ଅଧ୍ୟକ୍ଷାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇଲେ ରାଜ୍ୟ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ହେଲା ସୂଚନା ।

ପୂର୍ବ ସରକାରରେ ନିଯୁକ୍ତ ହୋଇଥିବା ମନତୀ ବୋହାରାଙ୍କୁ ହଟାଇ ଦେଇଛନ୍ତି ନୂଆ ସରକାର । ନିର୍ବାଚନ ପରେ ପରେ ବୂର୍ବ ସରକାରଙ୍କ ଅନେକ କମିଶନକୁ ଭାଙ୍ଗି ଦେଇଥିବା ବେଳେ ସେଥିରୁ ବାଦ୍ ପଡ଼ିଥିଲା ରାଜ୍ୟ ମହିଳା କମିଶନ । ହେଲେ ଆଜି ତାଙ୍କୁ ଦାୟିତ୍ବରୁ ହଟାଇଲେ ସରକାର ।