ଦାଦନ ଜନିତ ସମସ୍ୟା ଦୂର ପାଇଁ ଟାସ୍କଫୋର୍ସ ଗଠନ କଲେ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଗଠନ ହେଲା ଟାସ୍କଫୋର୍ସ । ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନିର୍ମାଣ ହୋଇଛି ଏହି ଟାସ୍କଫୋର୍ସ ।

ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ରହିବେ । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ ମଧ୍ୟ ଏହି ଟାସ୍କଫୋର୍ସର ସଦସ୍ୟ ରହିବେ । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ଟାସ୍କଫୋର୍ସର ସଦସ୍ୟ ଭାବେ ରହିବା ନେଇ ସୂଚନା ।

ରାଜ୍ୟରେ ଦାଦନକୁ ନେଇ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏହି ଟାସ୍କଫୋର୍ସ ସରକାର ଗଠନ କରିଥିବା ନେଇ କୁହାଯାଉଛି । ତେବେ ଆଗାମୀ ଦିନରେ ରାଜ୍ୟରେ ଦାଦନ ସମସ୍ୟାକୁ ନେଇ ହୁଏତ କିଛି ପରିବର୍ତ୍ତ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.