fbpx

ଖୁବ ଶୀଘ୍ର ଖୁଚୁରା ବାଣିଜ୍ୟ ନୀତି ଘୋଷଣା କରିବେ ସରକାର, ଜିଏସ୍‌ଟି ପଞ୍ଜିକୃତ ବ୍ୟବସାୟୀଙ୍କ ପାଇଁ ଆସିବ ବୀମା ଯୋଜନା

ନୁଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି)ରେ ପଞ୍ଜିକୃତ ବ୍ୟବସାୟୀଙ୍କ ପାଇଁ ଜାତୀୟ ଖୁଚୁରା ବ୍ୟବସାୟ ନୀତି ଏବଂ ଦୁର୍ଘଟଣା ବୀମା ଯୋଜନା ଘୋଷଣା କରିପାରନ୍ତି । ଖବର ସହିତ ଜଡ଼ିତ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପ୍ରସ୍ତାବୀତ ଏହି ନୀତି ଦ୍ୱାରା ବ୍ୟବସାୟୀ ଉତ୍ତମ ସୁବିଧା ସୁଯୋଗ ସହିତ ଅଧିକ ଋଣ ନେଇ ପାରିବେ । ଏହି ନୀତିରେ ଶସ୍ତା ଏବଂ ସୁଗମ ଋଣ, ଖୁଚୁରା ବାଣିଜ୍ୟର ଆଧୁନିକୀକରଣ ଏବଂ ଡିଜିଟାଇଜେସନ୍‌, ବଣ୍ଟନ ଶୃଙ୍ଖଳା ପାଇଁ ଆଧୁନିକ ଭିତ୍ତିଭୂମି ସହାୟତା, ଦକ୍ଷତା ବିକାଶ ଏବଂ ଶ୍ରମ ଉତ୍ପାଦନରେ ଉନ୍ନତି ଏବଂ ଏକ ପରାମର୍ଶ ଏବଂ ଅଭିଯୋଗ ସମାଧାନ ପାଇଁ ମଧ୍ୟ ପ୍ରାବଧାନ ରହିବ ।

ବୈଶ୍ୱିକ ଦୃଷ୍ଟିରୁ ଭାରତ ପଞ୍ଚମ ସର୍ବବୃହତ ଖୁଚୁରା ବ୍ୟବସାୟ ଦେଶ ହେଉଛି ଭାରତ। ତେଣୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ଜିଏସ୍‌ଟି ପଞ୍ଜୀକୃତ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଏକ ବୀମା ଯୋଜନାରେ ଆର୍ଥିକ ସେବା ବିଭାଗ ସହିତ କାର୍ଯ୍ୟ କରୁଛି । ଅଧିକାରୀ କହିଛନ୍ତି, “ସରକାର କେବଳ ଇ-ବାଣିଜ୍ୟରେ ନୀତିଗତ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁନାହାଁନ୍ତି, ବରଂ ବ୍ୟବସାୟୀଙ୍କ ପାଇଁ ଏକ ଜାତୀୟ ଖୁଚୁରା ବାଣିଜ୍ୟ ନୀତି ମଧ୍ୟ ଆଣିଛନ୍ତି, ଯାହା ବ୍ୟବସାୟ କରିବାରେ ସହଜ ହେବ, ଭିତ୍ତିଭୂମି ସୁବିଧା ଯୋଗାଇବ ଏବଂ ବ୍ୟବସାୟୀମାନଙ୍କୁ ଅଧିକ ସୁଯୋଗ ଦେବ । ”ଋ ଣ ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହେବ ।

ପ୍ରସ୍ତାବିତ ନୀତି ଅନୁଯାୟୀ ଅନୁଯାୟୀ, ଏକ କେନ୍ଦ୍ରୀକୃତ ଏବଂ କମ୍ପ୍ୟୁଟରୀକୃତ ଯାଞ୍ଚ ବ୍ୟବସ୍ଥା ବ୍ୟତୀତ ବ୍ୟବସାୟୀମାନଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମେକାନିଜିମ୍ ବିକଶିତ ହୋଇପାରେ। ବ୍ୟବସାୟୀ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଖୁଚୁରା ବାଣିଜ୍ୟ ନୀତି ନିଶ୍ଚିତ ଭାବରେ ଏହି କ୍ଷେତ୍ରକୁ ସାହାଯ୍ୟ କରିବ। ସେ କହିଛନ୍ତି ଯେ ଖୁଚୁରା ବ୍ୟବସାୟ ହେଉଛି ଅର୍ଥନୀତିର ଏକମାତ୍ର କ୍ଷେତ୍ର ଯେଉଁଥି ପାଇଁ କୌଣସି ନୀତି ନାହିଁ। ସେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ବୀମା ଯୋଜନା ଅର୍ଥନୀତିରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବ।

Get real time updates directly on you device, subscribe now.