fbpx

ସହରରେ ଘର କିଣିବା ପାଇଁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର, ଆସନ୍ତା ମାସରେ ଘୋଷଣା ହେବ ଯୋଜନା

ନୁଆଦିଲ୍ଲୀ: ସହରରେ ରହୁଥିବା ପରିବାର, ଯେଉଁମାନେ ନିଜର ଘର ଖଣ୍ଡିଏ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଏକ ନୂଆ ଯୋଜନା ନେଇ ଆସୁଛନ୍ତି ଏବଂ ଏହି ଲୋକମାନଙ୍କୁ ଅତି କମ୍ ସୁଧରେ ଋଣ ଯୋଗାଇ ଦେବେ। ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ପରେ ଲୋକମାନେ ଅପେକ୍ଷା କରିଥିଲେ କି କେବେ ଏହି ଯୋଜନା ଆରମ୍ଭ ହେବ।

କେନ୍ଦ୍ରୀୟ ଆବାସ ଏବଂ ସହରୀ ବ୍ୟାପାର ମନ୍ତ୍ରଳାୟ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ସହରରେ ନିଜ ଘର କିଣିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଗୃହଋଣ ଉପରେ ସୁଧ ପ୍ରଦାନ ପାଇଁ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଏକ ଯୋଜନା ଆରମ୍ଭ କରାଯିବ। ଆଜି ଏହି ଯୋଜନାର ମୋଡାଲିଟି କାମ କରାଯାଉଛି ବୋଲି ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ସଚିବ ମନୋଜ ଯୋଶୀ କହିଛନ୍ତି ଯେ ସହରରେ ଘର କିଣିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଋଣ ସୁଧରୁ ମୁକ୍ତି ପ୍ରଦାନ ପାଇଁ ଏହି ଯୋଜନା ସେପ୍ଟେମ୍ବରରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣରେ ନିଜ ଘରେ ନଥିବା ସହରରେ ରହୁଥିବା ଏଭଳି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି ଏବଂ ଏହି ଘୋଷଣା ଅନୁଯାୟୀ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଏହି ଯୋଜନା ଆରମ୍ଭ ହେବ।

Get real time updates directly on you device, subscribe now.