୩ କୋଟି ମହିଳାଙ୍କୁ ସରକାର କରାଇବେ ଲକ୍ଷପତି ଦିଦି, ଏପରି ମିଳିବ ଫାଇଦା

ଲକ୍ଷପତି ଦିଦି ଯୋଜନାରେ ମହିଳାମାନଙ୍କ ବିକାଶକୁ ଫୋକସ କରାଯାଇଛି। ଏଥିରେ ସରକାର ମହିଳାମାନଙ୍କୁ ବିନା ସୁଧରେ ଲକ୍ଷ ଲକ୍ଷ ଟଙ୍କାର ଲୋନ ଦେଇଥାଆନ୍ତି।

ନୂଆଦିଲ୍ଲୀ: ଲକ୍ଷପତି ଦିଦି ଯୋଜନାରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଲାଗି ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ସରକାର ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହଯୋଗ କରିଥାଆନ୍ତି।

ସରକାର ୩ କୋଟି ମହିଳାଙ୍କୁ ଲକ୍ଷପତି କରାଇବା ପାଇଁ ଏହି ଯୋଜନାରେ ବିନା କୌଣସି ସୁଧରେ ଏକ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରିବେ। ଏହି ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ।

ଲକ୍ଷପତି ଦିଦି ଯୋଜନାର ଆରମ୍ଭ: ଲକ୍ଷପତି ଦିଦି ଯୋଜନାର ଆରମ୍ଭ ୧୫ ଅଗଷ୍ଟ ୨୦୨୩ରେ କରାଯାଇଥିଲା। ଏହି ଯୋଜନା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର କରିବାକୁ ଆରମ୍ଭ କରାଯାଇଥିଲା।

ଏହି ଯୋଜନାରେ ମହିଳାମାନଙ୍କୁ ନିଜେ ବିଜନେସ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ।

ଏହି ସର୍ତ୍ତକୁ କରିବାକୁ ପଡିବ ପୂରଣ: ଲକ୍ଷପତି ଦିଦି ଯୋଜନାରେ ଆବେଦନ କରିବା ଲାଗି କିଛି ଟର୍ମ ଏବଂ କଣ୍ଡିସନ ମଧ୍ୟ ଦିଆଯାଇଛି।

ଏହି ଯୋଜନାରେ ସବୁଠୁ ବଡ଼ ଗୁରୁତ୍ୱପୁର୍ଣ୍ଣ ସର୍ତ୍ତ ହେଲା, ଏଥିରେ ଆବେଦନ କରୁଥିବା ଆବେଦନକାରୀଙ୍କ ପରିବାରର କେହି ସରକାରୀ ଚାକିରି ନ କରିଥିବା ଆବଶ୍ୟକ।

ଏହା ବ୍ୟତୀତ ଏହି ଯୋଜନା ପାଇଁ କେବଳ ସେହିମାନେ ଆବେଦନ କରିପାରିବେ, ଯେଉଁମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ବା ସେଥିରୁ କମ।