ନୂଆଦିଲ୍ଲୀ- ଗ୍ଲୋବାଲ ପୋଜିସନିଂ ସିଷ୍ଟମ ବା ଜିପିଏସର ଆଜିକାଲି ବହୁଳ ବ୍ୟବହାର ହେଉଛି । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଜିପିଏସ ସହାୟକ ହେଉଛି । ତେଣୁ ମୋବାଇଲରୁ ଆରମ୍ଭ କରି କାର ସବୁଥିରେ ଜିପିଏସ ସିଷ୍ଟମ ଲଗାଯାଇଛି । ହେଲେ ଏହି ଜିପିଏସକୁ ଆଖି ବୁଜି ଭରସା କରିବା ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ଏମିତି ଧୋକା ଦେଇ ୩ ଜୀବନ ନେଇଛି ଜିପିଏସ । ଏହି ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ପୋଲିସ ମୁତାବକ, ଉତ୍ତର ପ୍ରଦେଶର ଦାତାଗଞ୍ଜ ଅନ୍ତର୍ଗତ ରାମଗଙ୍ଗା ପୋଲ ନିର୍ମାଣାଧୀନ ରହିଛି । ବରେଲିରୁ ୩ ଜଣ ସାଙ୍ଗ ଜଣେ ସାଙ୍ଗର ବାହାଘର ପାଇଁ ବାହାରିଥିଲେ ଏକ କାରରେ । ସେମାନଙ୍କୁ ଠିକଣା ଜାଗା ବିଷୟରେ ଜଣାଥିଲା, ହେଲେ ରାସ୍ତା ଜଣା ନ ଥିଲା । ତେଣୁ ଜିପିଏସର ସାହାରା ନେଇଥିଲେ । ହେଲେ ସେମାନଙ୍କ ଗାଡି ପୋଲ ତଳେ ପଡିଥିବା ବେଳେ ତିନି ସାଙ୍ଗଙ୍କ ମୃତ୍ୟୁ ହୋଇଛି । କାରର ଜିପିଏସ ଚାଲୁ ଥିବାରୁ ହୁଏତ ପୋଲ ଦେଇ ରାସ୍ତା କଢାଇନେଉଥିଲା ଜିପିଏସ । ତିନି ସାଙ୍ଗ ମଧ୍ୟ ହୁଏତ ମସ୍ତି ମୁଡରେ ଥିଲେ ଓ କାରର ବେଗ ହୁଏତ ଅଧିକ ଥିଲା । କାର ହୁଏତ ପୋଲ ଉପରେ ଆଗେ ଯାଉଥିବା ବେଳେ ମଝିରେ ପୋଲ ଶେଷ ହୋଇଥିଲା ଓ କାର ଯାଇ ସିଧା ପୋଲ ତଳେ ଖସିଥିଲା ।
ପୋଲରୁ କାର ତଳେ ଖସିବାର ସୂଚନା ପୋଲିସକୁ ସ୍ଥାନୀୟ ଲୋକ ଦେଇଥିଲେ । ସୂଚନା ପାଇ ସେଠାରେ ପୋଲିସ ପହଞ୍ଚି କାର ଭିତରୁ ଶବ ତିନୋଟିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିବାରଙ୍କ କହିବା କଥା, ସେମାନଙ୍କୁ ରାସ୍ତା ଜଣାନଥିଲା । ସେମାନେ ଜିପିଏସ ଜରିଆରେ ସାଙ୍ଗ ଘରେ ପହଞ୍ଚିବାକୁ ବାହାରିଥିଲେ । ହୁଏତ ମଝିରେ ପୋଲି ଶେଷ ହୋଇଥିଲା ଓ କାର ନଦୀରେ ଖସିପଡିଥିଲା । ଦୁର୍ଘଟଣା ଫରିଦପୁର ଥାନା ଅଧୀନ ରାମଗଙ୍ଗା ନଦୀ ଉପରେ ଫରିଦପୁର-ବଦାୟୁର ଦାତାଗଞ୍ଜକୁ ଯୋଡୁବ । ହେଲେ ପୋଲ ଅଧା ନିର୍ମାଣ ହୋଇ ପଡିରହିଥି । ତିନି କାର ଆରୋହୀ ମୈନପୁରୀ ନିବାସୀ । ଦାତାଗଞ୍ଜ ଆଡକୁ ଯାଉଥିବା ବେଳେ ଅଧା ପୋଲ ସେମାନଙ୍କ ଜୀବନ ନେଲା ।