fbpx

ପୁଅରେ ତତେ ଜନ୍ମ ଦେଇ ମୁଁ ଧନ୍ୟ ହୋଇଗଲି: ଗ୍ରାଜୁଏଟ ଛାତ୍ରଙ୍କୁ ମିଳିଲା ୩ କୋଟିର ପ୍ୟାକେଜ୍

AAKASH

ନୂଆଦିଲ୍ଲୀ: କଥାରେ ଅଛି, ପିଲାମାନେ ଜୀବନରେ ଯେତେ ଉନ୍ନତି କରିବେ ସେମାନଙ୍କର ପିତାମାତା ସେତିକି ଶାନ୍ତି ପାଇବେ । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ୩ କୋଟି ପ୍ୟାକେଜ୍ ବିଶିଷ୍ଟ ଏକ ଚାକିରି ମିଳିଛି । ଏହି ଖବର ଶୁଣିବା ପରେ ଦୁନିଆର କେଉଁ ବାପା, ମାଆ ଖୁସି ହେବେ ନାହିଁ କୁହନ୍ତୁ । ଜଣେ ସାଧାରଣ ମଣିଷ ଗୋଟିଏ ଜୀବନ କ’ଣ ସାତ ଜନ୍ମ ସଂଘର୍ଷ କଲେ ମଧ୍ୟ ଏତିକି ଟଙ୍କା ଏକାଠି କରିପାରିବ ନାହିଁ ।

କେରଳରେ ରହୁଥିବା ୟାସିର ନାମକ ଜଣେ ଛାତ୍ର ଏହି କୃତିତ୍ୱ ହାସଲ କରିଛନ୍ତି । ସେ ୨୦୧୮ରେ ଲଭଲି ପ୍ରୋଫେସନାଲ ୟୁନିଭରସିଟି (ଏଲପିୟୁ)ରୁ ବି.ଟେକ୍ କରିଥିଲେ । ଏହି ସଫଳତାର ଶ୍ରେୟ ୟାସିର ଏଲପିୟୁର ଶିକ୍ଷା ବ୍ୟବସ୍ଥାକୁ ଦେଇଛନ୍ତି । ୟାସିର ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ବି.ଟେକରେ ୮.୬ ସିଜିପିଏ ହାସଲ କରିଥିଲେ ।

ୟାସିର ସର୍ବଦା କ୍ୟାମ୍ପସରେ ଆୟୋଜିତ ହେଉଥିବା ହାକାଥୋନ ଓ ଅନ୍ୟାନ୍ୟ ଟେକ୍ନିକାଲ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ । ସେ ଅଧିକାଂଶ ଇଭେଣ୍ଟରେ ବିଜୟ ହାସଲ କରୁଥିଲେ । ଏଲପିୟୁରେ ଥିବା ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମଶିନ ଲର୍ଣ୍ଣିଂ ପରି ଟେକନିକ ୟାସିର ଶିଖିବା ସହ ବିଶ୍ୱରେ ଅନେକ ବନ୍ଧୁ ବନାଇବାରେ ସକ୍ଷମ ହୋଇଥିଲେ । ଏଲପିୟୁର ଫ୍ୟାକଲ୍ଟିଙ୍କ ଠାରୁ ମିଳିଥିବା ଟେକନିକ ଶିକ୍ଷା ଓ ମାର୍ଗଦର୍ଶନ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ମୋତେ ଆଜି ଜର୍ମାନୀରେ କାମ କରିବାର ଶାନଦାର ସୁଯୋଗ ମିଳିଥିବାରୁ ମୁଁ ମୋର ପିତାମାତା, ୟୁନିଭରସିଟି ସହ ଭାରତବର୍ଷକୁ ଗୌରବାନ୍ୱିତ କରିଛି ବୋଲି ୟାସିର କହିଛନ୍ତି ।

Get real time updates directly on you device, subscribe now.