fbpx

ନାତୁଣୀକୁ ବଞ୍ଚାଇବାକୁ ଜେଜେମାର ପ୍ରୟାସ, ୧୧ବର୍ଷର ନାତୁଣୀକୁ ଅନାଥ ଆଶ୍ରମ ପଠାଇଥିବା ପୁଅକୁ ଦେଲେ ଉଚିତ୍ ଶିକ୍ଷା

ନୂଆଦିଲ୍ଲୀ: ମା-ବାପାଙ୍କ ସମ୍ପର୍କ ଭଳି ଜେଜେମା-ଜେଜେବାପାଙ୍କ ସମ୍ପର୍କର ମଧ୍ୟ ଖୁବ ମହତ୍ୱ ରହିଛି । ଜେଜେମା-ଜେଜେବାପା ନିଜ ନାତୀ-ନାତୁଣୀଙ୍କ ପାଇଁ କିଛି ବି କରିପାରନ୍ତି । ଏମିତି କିଛି କରିଛନ୍ତି ଜଣେ ୭୦ ବର୍ଷୀୟ ଜେଜେମା, ଯିଏକି ନିଜ ନାତୁଣୀକୁ ବଞ୍ଚାଇବାକୁ ପୁଅ ସହିତ ଲଢ଼ିଛନ୍ତି । ଏତିକି ନୁହେଁ ପୁଅକୁ ଉଚିତ୍ ଶିକ୍ଷା ଦେବାକୁ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

ଏହି ଘଟଣା ଘଟିଛି ଗୁଜୁରାଟର ସୁରାଟରେ, ଯେଉଁଠାରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିବା ପାଇଁ ନିଜର ୧୧ ବର୍ଷର ଝିଅକୁ ଅନାଥ ଆଶ୍ରମରେ ଛାଡ଼ିଦେଇଥିଲେ । ଆଉ ଯେତେବେଳେ ଝିଅର ଜେଜେମା ଏହି ଘଟଣା ସମ୍ପର୍କରେ ଜାଣିଥିଲେ ସେ ଝିଅକୁ ଆଣିବା ପାଇଁ ଆଶ୍ରମ ଯାଇଥିଲେ କିନ୍ତୁ ଆଶ୍ରମ କର୍ତ୍ତୃପକ୍ଷ ଝିଅକୁ ନେବାପାଇଁ ଦେଇନଥିଲେ । ହେଲେ ଏହି ୭୦ ବର୍ଷୀୟ ମହିଳା ଜଣକ ହାର ମାନିନଥିଲେ ଏବଂ ପୁଅର ଏଭଳି କାର୍ଯ୍ୟ ପାଇଁ କୋର୍ଟରେ ଆବେଦନ କରିଥିଲେ ।

କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରି ଝିଅକୁ କୋର୍ଟକୁ ଆଣିବାକୁ କହିଥିଲେ । କୋର୍ଟରେ ଜେଜେମାଙ୍କୁ ଦେଖି ଝିଅଟି କାନ୍ଦିପକାଇଥିଲା ଏବଂ ୨୫ ଦିନରୁ ସେ ଜେଜେମାଙ୍କ ପାଖକୁ ଯିବାକୁ ଚାହୁଥିଲେ କିନ୍ତୁ ତାଙ୍କୁ କେହିବି ଯିବାକୁ ଅନୁମତି ଦେଉନଥିଲେ ବୋଲି କହିଥିଲଶ । ଏହାକୁ ଦେଖି କୋର୍ଟରେ ଥିବା ସବୁ ବ୍ୟକ୍ତ ଭାବବିହ୍ୱଳ ହୋଇଯାଇଥିଲେ ।

କୋର୍ଟ ଝିଅଟିକୁ ନିଜ କଥା କହିବାକୁ ଦେଇଥିଲେ । ଝିଅ ଜେଜେମା ପାଖରେ ରହିବାକୁ ଇଚ୍ଛାପ୍ରକାଶ କରିଥିଲେ । କୋର୍ଟ ଏହାକୁ ମଞ୍ଜୁରୀ ଦେବା ସହ ଝିଅକୁ କେଉଁ ଆଧାରରେ ଅନାଥଶ୍ରମ ରଖାଯାଇଥିଲା ଏବଂ ସଂସ୍ଥାକୁ ଏହାର ଜବାବ ଦେବାକୁ ହେବ ବୋଲି କହିଚନ୍ତି । ଏହା ସହ ବିଚାରପତି ସଂସ୍ଥାକୁ ଜରିମାନା ମଧ୍ୟ ଦେବାକୁ କହିଛନ୍ତି ।

Get real time updates directly on you device, subscribe now.