fbpx

ଜେଜେ ହେବ ତ ଏମିତି! ନାତି ଜନ୍ମ ହେବାର ଖୁସିରେ କିନ୍ନରଙ୍କୁ ୧୫ ଲକ୍ଷ ଟଙ୍କାର ଜମି ଦାନ କରିଦେଲେ ଜେଜେ

ନୂଆଦିଲ୍ଲୀ: ସାଧାରଣ ଭାବେ ଘରେ ପୁଅ କି ଝିଅ ଜନ୍ମ ନେଲେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଥାଏ । ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଇ ଲୋକମାନେ ମିଠା, କେକ୍ ଆଦି ବଣ୍ଟନ କରିବା ସହିତ ଭୋଜିଭାତ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ତେବେ ଏହା ମଧ୍ୟରେ ହରିୟାଣାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଘରକୁ ନାତି ଆସିବାରୁ ଏହି ଖୁସିରେ ଜଣେ ବୃଦ୍ଧ ବ୍ୟକ୍ତି ପାଖାପାଖି ୧୫ ଲକ୍ଷ ଟଙ୍କାର ଏକ ଜମି କିନ୍ନରଙ୍କୁ ବାଣ୍ଟି ଦେଇଛନ୍ତି । ଜେଜେଙ୍କର ଏହି କାର୍ଯ୍ୟ ପାଇଁ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ।

ହରିୟାଣାର ରେୱାଡ଼ିରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ନାତି ହେବା ଖୁସିରେ ବଧାଈ ଜଣାଇବାକୁ ଆସିଥିବା କିନ୍ନରଙ୍କୁ ଜେଜେ ୧୦୦ ଗଜର ଏକ ପ୍ଲାଟ ଗିଫ୍ଟ ଆକାରରେ ଦେଇ ଦେଇଥିଲେ । ଉକ୍ତ ପ୍ଲଟର ଆନୁମାନିକ ମୂଲ୍ୟ ୧୨-୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କିନ୍ନରଙ୍କୁ ମିଳିଥିବା ଏହି ଉପହାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଜେଜେ ଶମଶେର ସିଂହ ପୁଅ ପ୍ରବୀଣ ଯାଦବ ପେଶାରେ ଜଣେ ଆଡଭୋକେଟ ଅଟନ୍ତି । ପ୍ରବୀଣଙ୍କ ପତ୍ନୀ ପ୍ରଥମ ସନ୍ତାନ ଭାବେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ଅବସରରେ ଘରକୁ ବଧାଈ ଦେବାକୁ ଆସିଥିବା ୨-୩ ଜଣ କିନ୍ନର ନାଚ, ଗୀତ ଆରମ୍ଭ କରିଦେଇଥିଲେ । ୧୦ ମିନିଟର ନାଚ, ଗୀତ ପରେ ଜେଜେ ଶମଶେର ସଙ୍ଗେସଙ୍ଗେ କିନ୍ନରଙ୍କୁ ଏଭଳି ଏକ ବଡ଼ ଉପହାର ଦେଇଥିଲେ ।

Get real time updates directly on you device, subscribe now.