ପୁଅ ଫେରାର-ବୋହୂର ମୃତ୍ୟୁ, ନିଜ ନାତିକୁ ୨୦୦ ଟଙ୍କାରେ ବିକିଦେଲା ଭିକମାଗି ଚଳୁଥିବା ବୁଢୀ ମାଆ

ଅଭାବ ଯୋଗୁଁ ନାତିକୁ୨୦୦ ଟଙ୍କାରେ ବିକି ଦେଲା ବୁଢୀ ମାଆ

ମୟୂରଭଞ୍ଜ: ଏକ ଆଶ୍ଚର୍ଯ୍ୟଜନକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ବଳଦିଆ ଗାଁର ଜଣେ ୬୫ ବର୍ଷୀୟ ବିଧବା ମନ୍ଦ ସୋରେନଙ୍କ ପାଖରେ କିଛି ନାହିଁ । ତାଙ୍କ ପାଖରେ ଘର, ଜମି, ନା କୌଣସି ସରକାରୀ ସହାୟତା ବୋଲି କିଛି ନାହିଁ ।

ଏହି ବୃଦ୍ଧାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କ ପୁଅ ମଧ୍ୟ କୁଆଡେ ପଳାଇଯାଇଛି । ଏଥିସହ ତାଙ୍କ ବୋହୂଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହି ପରିସ୍ଥିତିରେ ବୃଦ୍ଧାଜଣକ ୭ ବର୍ଷର ନାତିକୁ ଧରି ରାସଗୋବିନ୍ଦପୁର ବ୍ଲକର ରାୟପାଳ ଗାଁରେ ନିଜ ଭଉଣୀ ଘରେ ରହୁଥିଲେ ।

ମନ୍ଦ ସୋରେନ ଭିକମାଗି ନିଜ ନାତିର ପାଳନ-ପୋଷଣ କରୁଥିଲେ, ହେଲେ ବୟସ ବୃଦ୍ଧି ଏବଂ ଦୁର୍ବଳ କାରଣରୁ ନାତିର ସଠିକ ଭାବେ ଦେଖାରଖା କରିପାରିଲେନି ।

ଏହାପରେ ସେ ବାଧ୍ୟ ହୋଇ ଜଣେ ଅଜଣା ବ୍ୟକ୍ତିଙ୍କୁ ୨୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ଯାହା ଦ୍ୱାରା ତାଙ୍କ ନାତୀ ଭଲରେ ରହିବ ।

ସ୍ଥାନୀୟ ପଞ୍ଚାୟତ ସମିତିର ସଦସ୍ୟଙ୍କୁ ଏହି ମାମଲାର ସୂଚନା ମିଳିବା ପରେ ସେମାନେ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ରାସଗୋବିନ୍ଦପୁର ପୋଲିସ ସକ୍ରିୟ ହୋଇ ଶିଶୁ ଥାନାକୁ ଆଣିଥିଲେ ।

ଖବର ମିଳିବା ପରେ ସଂରକ୍ଷଣ ବିଭାଗ ଏବଂ ରାସଗୋବିନ୍ଦପୁରର CDPO ଅଧିକାରୀ ଥାନା ପହଞ୍ଚିଥିଲେ ଏବଂ ଜେଜେମାଆ-ନାତୀଙ୍କୁ ସରକାରୀ ସରକ୍ଷଣରେ ନିଆଯାଇଛି ।