fbpx

(Video) ଓଡ଼ିଶା ଭାସ୍କର ମହାପ୍ରଭାବ; ବାରମ୍ୱର ଖବର ପ୍ରସାରଣ ପରେ ସତ ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ରାସ୍ତା କାମ

Advertisement

ରାୟଗଡ଼ା: (ଓଡ଼ିଶା ଭାସ୍କର) ବାଜିଲା ଖବର , ଚିହିଁକି ଉଠିଲା ପ୍ରଶାସନ। ଆଉ ନିର୍ବାଚନ ଆଗରୁ ରାସ୍ତା ତିଆରି କରିବାକୁ ଆବଶ୍ୟକ ସରଞ୍ଜାମ ଧରି ଧାଇଁଲେ ଗାଁକୁ। ଆରମ୍ଭ ହେଲା ରାସ୍ତା ନିର୍ମାଣ କାମ। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ କୋଡ଼ିପାରି ପଞ୍ଚାୟତର ମଲିଝରଣ ଗ୍ରାମରେ। ଗାଁରେ ଲୋକେ ତ ଥିଲେ ହେଲେ ମିଳୁନଥିଲା କୌଣସି ମୌଳିକ ସୁବିଧା। ବାରମ୍ବାର ନିବେଦନ ପରେ ବି ଶୁଣୁନଥିଲା ପ୍ରଶାସନ। ତେଣୁ ଏକାଠି ହେଲେ ଗାଁ ଲୋକେ ଆଉ ବଜ୍ର ଶପଥ ନେଲେ ନା ଗାଁ ରେ କୌଣସି ରାଜନୈତିକ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ପୁରେଇ ଦେବେ ନା ଭୋଟ ଦେବେ। ଗ୍ରାମରେ ବାସ କରୁଥିବା ୧୫୦ ପରିବାରର ଏ ଦୃଢ ନିଷ୍ପତି ଶେଷରେ ବିଦ୍ରୋହର ରୂପ ନେଲା।

ଆମେ ଓ ଆମ ଟିମର ସଦସ୍ୟ ମାନେ ବାରମ୍ବାର ଏହା ଉପରେ ଗୁରୁତ୍ୱାରୋପ କଲେ। ଓଡିଶା ଭାସ୍କରରେ ବାରମ୍ବାର ଏ ଖବର ପ୍ରସାରଣ ପରେ ସଚେତନ ହେଲେ ଜନତା ଓ ଚଳଚଂଚଳ ହେଲା ପ୍ରଶାସନ। ଦୀର୍ଘ ଦଶନ୍ଧି ପରେ ପ୍ରଶାସନ ଅଧିକାରୀ ମଲିଝରଣ ଗ୍ରାମକୁ ପହଂଚିଥିଲେ ଓ ରାସ୍ତା କାମ ଓ ଜରୁରୀ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ଆଜି ସେହି ପ୍ରତିଶ୍ରୁତିରେ ରାସ୍ତା କାମ ଚାଲିଛି ମଲିଝରଣ ଗ୍ରାମରେ ଏବେ ଗ୍ରାମବାସୀ ଏହି ସୋମବାର ଦିନ ହେବାକୁ ଥିବା ନିର୍ବାଚନରେ ଭୋଟ ଦେବା ପାଇଁ ରାଜି ହେଇଛନ୍ତି ବ୍ଲକ ପ୍ରଶାସନ ବିଡ଼ିଓ ଅମୃତ ରାଉଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ। ଯେଉଁ ଭୋଟ ବର୍ଜନ ର ପୋଷ୍ଟର ମାରିଥିଲେ ସେହି ପୋଷ୍ଟରକୁ କାଡିଦେଇଥିଲେ ଓ ନିର୍ବାଚନ ପରେ ପକା ରାସ୍ତା କରିଦେବି ବୋଲି ବ୍ଲକ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି।

Get real time updates directly on you device, subscribe now.