fbpx

ଡାକ୍ତରଙ୍କୁ ବଡ଼ ସଫଳତା , ମିଳିଲା କରୋନାରୁ ବଞ୍ଚିବା ଔଷଧ!

ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ୍ ପାଇଁ ବହୁ ଲୋକ ପ୍ରାଣ ହରାଇ ସାରିଲେଣି । କିନ୍ତୁ ଏବେ ଡାକ୍ତରମାନେ ଏହି କରୋନା ଭଳି ମହାମାରୀରୁ ବଞ୍ଚିବା ପାଇଁ ଔଷଧ ବାହାର କରିବାରେ ସଫଳତା ପାଇଛନ୍ତି । ଏକ ବୈଦେଶିକ ଇଂରାଜୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଔଷଧ ବହୁ ପୁରୁଣା ଓ ଶସ୍ତା ହୋଇଥିଲେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଗମ୍ଭୀର ଅବସ୍ଥାରୁ ଲୋକଙ୍କୁ ବଞ୍ଚାଇବାରେ ଏହି ଔଷଧ ସଫଳ ହୋଇଛି । ଏହି ଔଷଧର ନାମ ଡ଼େକ୍ସାମେଥାସୋନେ ।

ବ୍ରିଟେନର ଜଣେ ଏକ୍ସପର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ଏହା ଏକ ବଡ଼ ସଫଳତା । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଏହି ଔଷଧ ଦେବା ପରେ ସେମାନଙ୍କ ଠାରେ ମୃତ୍ୟୁ ହେବାର ଆଶଙ୍କା ଏକ ତୃତୀୟାଂଶ କମିଯାଇଥିଲା । ଏହି ଔଷଧକୁ ସର୍ବବୃହତ ପରୀକ୍ଷଣରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଯଦି ପୂର୍ବରୁ ବ୍ରିଟେନରେ ଏହି ମେଡ଼ିସିନ ଥାଆନ୍ତା ତେବେ ବହୁ ଲୋକ କରୋନାରୁ ବଞ୍ଚିଯାଇଥାନ୍ତେ ବୋଲି କୁହାଯାଉଛି ।
ଗୋଟିଏ ଥର ୨୦ ଜଣ କରୋନା ରୋଗୀଙ୍କ ଉପରେ ଏହି ଔଷଧ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୯ଜଣ କରୋନା ରୋଗୀ ସୁସ୍ଥ ହୋଇଯାଇଥିଲେ ।

Get real time updates directly on you device, subscribe now.