Breaking: ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମୁଦୀ, ଯୁବକଯୁବତୀ କରିଥିଲେ ପ୍ରେମ ବିବାହ

ଭୁବନେଶ୍ବର: ସମ୍ବଲପୁରରେ ବିଭତ୍ସ ହତ୍ୟା । ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମୁଦୀ । ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ କିସିଣ୍ଡା ଥାନା ଗଞ୍ଜାବାହାଲରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ଖବର ଅନୁସାରେ, ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅର ବାପାର ମୃତ୍ୟୁ ହୋଇଛି । ହତ୍ୟାକାରୀ ସମୁଦୀକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି ।

୩ ବର୍ଷ ତଳେ ଯୁବକ ଯୁବତୀ ପ୍ରେମ ବିବାହ କରିଥିଲେ । ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ଆଜି ହଠାତ୍ ଉଭୟଙ୍କର ମଧ୍ୟରେ ବଚସା ପରେ ହାତାହାତି ପରିସ୍ଥିତି ଉପୁଜୁଥିଲା । ଫଳରେ ଟାଙ୍ଗିଆରେ ହାଣି ସମୁଦୀକୁ ହତ୍ୟା କରିଥିଲେ ।