fbpx

କଟକରେ ଆଦାୟ ହେବ ନାହିଁ ଗ୍ରାଉଣ୍ଡ ରେଣ୍ଟ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ ବର୍ଷ ପାର୍ବଣ ଋତୁରେ କଟକ ସହରରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବ ନାହିଁ । ଏଥି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ ସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ନେଇଛନ୍ତି । ଏହା ଛଡା ଏଥି ପାଇଁ ବିଭିନ୍ନ ପୂଜା ସମିତି ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ଅନୁରୋଧ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ କଟକ ସହରରେଥିବା ସରକାରୀ ସ୍ଥାନରେ ସାମୟୀକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ପାଇଁ କୌଣସି ରେଣ୍ଟ ଦେବାକୁ ପଡିବ ନାହିଁ । ଆଗକୁ ଆସୁଛି ଦୁର୍ଗାପୂଜା,କାଳୀ ପୂଜା,ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା । ତେବେ ଏଥି ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବ ନାହିଁ ।

Get real time updates directly on you device, subscribe now.