fbpx

ବାହାଘର ଭୋଜିରେ ମିଳିଲାନି ମାଛମୁଣ୍ଡ, ହେଇଗଲା ରକ୍ତାକ୍ତ ସଂଘର୍ଷ, ତା’ପରେ…

ଭୁବନେଶ୍ୱର: ସାମାନ୍ୟ ଘଟଣାରୁ ତୁମୁଳକାଣ୍ଡ । ବାହାଘର ଭୋଜିରେ ମାଛ ମୁଣ୍ଡ ଖାଇବାକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ବରଯାତ୍ରୀଙ୍କ ଉତ୍ପାତରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ଗୁରୁବାର ରାତିରେ ଏକ ବାହାଘର ଭୋଜି ଆୟୋଜିତ ହୋଇଥିଲା । ଏଥିରେ ମାଛର ମୁଣ୍ଡ ନମିଳିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲା । ତିକ୍ତକ୍ତା ଏତେ ବଢ଼ିଯାଇଥିଲା ଯେ, ଦୁଇ ପକ୍ଷ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲେ । ଫଳରେ ଉଭୟ ପକ୍ଷରୁ ୧୧ ଜଣ ଗୁରୁତର ହୋଇଗଲେ । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଓ ସଦର ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ଅନ୍ୟପଟେ ଚିକିତ୍ସିତ ହେବା ପରେ ଆହତମାନେ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ଉଭୟ ପକ୍ଷରୁ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବିହାର ଗୋପାଳଗଞ୍ଜ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଭୋରେ ଥାନା ଅନ୍ତର୍ଗତ ଏକ ସ୍ଥାନରେ ବିବାହ ଭୋଜିରେ ମାଛମୁଣ୍ଡ ପାଇଁ ଏଭଳି ରକ୍ତାକ୍ତ ସଂଘର୍ଷ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.