ଗୁଣି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣଙ୍କୁ ପଥରରେ ଛେଚିଛେଚି ହତ୍ୟା
ତୁଷୁରା ଥାନା ଆଠଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୪ ଗୁରୁତର
ଭୁବନେଶ୍ବର: ପୁଣିଥରେ ଗୋଷ୍ଠୀ ସଂଘର୍ଷ ଖବର ସାମ୍ନାକୁ ଆସୁଛି । ବଲାଙ୍ଗୀର ତୁଷୁରା ଥାନା ଆଠଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଏବଂ ପିଟାପିଟି ହୋଇଥିବା ଜଣାପଡିଛି ।
ଏହି ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁଷାରା ଥାନା ପୋଲିସ ଘଟଣାସ୍ଥ୍ଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଖବର ଅନୁସାରେ, ଏହି ଗୋଷ୍ଠୀ ସଂଘର୍ଷ ଦୁଇ ପରିବାର ମଧ୍ୟରେ ହୋଇଛି । ତେବେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ମଧ୍ୟ ଏହି ଅଭିଯୋଗ ସାମ୍ନାକୁ ଆସିଛି ।
ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସମସ୍ତଙ୍କର ଅବସ୍ଥା ଠିକ୍ ରହିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଗଲା ତାହାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।