fbpx

BREAKING…ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ ଲାଗିଲା କର୍ଫ୍ୟୁ

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୂରା ସହରରେ କର୍ଫ୍ୟୁ ଲାଗିଲା । ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର SP । କର୍ଫ୍ୟୁ କଟକଣା ଯୋଗୁଁ ବନ୍ଦ ରହିବ ଦୋକାନ ବଜାର ଓ ସ୍କୁଲ କଲେଜ । ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ୍ କଲା ପୋଲିସ ପ୍ରଶାସନ ।

ଗତକାଲି ବିଳମ୍ବିତ ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ଉଗ୍ର ରୂପ ନେଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଅହତ ହୋଇଛନ୍ତି । ଘଟଣାସ୍ଥଳରେ ଅନେକ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି । ଏହି ସ୍ଥିତିର ସମୀକ୍ଷା କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ସଡ଼ଙ୍ଗୀ । ରାତି ଦୁଇଟାରେ ବସିଥିଲା ଜରୁରୀ କାଳୀନ ବୈଠକ । 

ସପଟେ ପୂରା ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବ‌ାରୁ କର୍ଫ୍ୟୁ ଜାରି ହୋଇଛି । ସୂଚନା ଅନୁସାରେ ଶାନ୍ତି ଫେରିବା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ସମସ୍ତ ଜନସାଧାରଣଙ୍କୁ ନିଜ ଘର ଭିତରେ ରହିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ରହିବା ନେଇ ସୂଚନା ।

Get real time updates directly on you device, subscribe now.