fbpx

ଇନ୍‌ଷ୍ଟାଗ୍ରାମର ବିବାଦୀୟ ପୋଷ୍ଟକୁ ନେଇ ଜଳୁଛି ସହର ; ଜଣେ ମୃତ, ୧୪୪ ଧାରା ଲାଗୁ

ଅକୋଲା : ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାର ଫଳାଫଳ ସହର ଜଳିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଡି ପୋଡି ଜଳି ନଷ୍ଟ ହୋଇଛି । କେବଳ ସେତିକି ନୁହେଁ ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଆକୋଲାରେ ପୁରୁଣା ସହରର ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାର କାରଣ ଥିଲା ଇନଷ୍ଟାଗ୍ରାମର ଏକ ପୋଷ୍ଟ । ପରେ ସେଠାରେ ପରସ୍ପର ପଥର ଫିଙ୍ଗାଫିଙ୍ଗି କରିବା ସହ ଦଙ୍ଗାକରୀମାନେ ଅନେକ ଗାଡି ଭାଙ୍ଗିଥିଲେ ଏବଂ ନିଆଁ ମଧ୍ୟ ଲଗାଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ୧୪୪ ଧାରା ଲାଗୁ କରିଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଆକୋଲାଠାରେ ଇନଷ୍ଟାଗ୍ରାମରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଯେଉଁଥିପାଇଁ ଅନେକ ଲୋକ ଏକାଠି ହୋଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ଏହି ସମୟରେ ପୋଲିସ ଷ୍ଟେସନରେ ପହଂଚିଥିବା ଭିଡ଼ ଅନିୟନ୍ତ୍ରିତ ହୋଇ ଗାଡିଗୁଡ଼ିକୁ ଭଙ୍ଗାରୁଜା କରିବା ଆରମ୍ଭ ହୋଇଥିଲା । ଉତ୍ତ୍ୟକ୍ତ ଲୋକ ନିଆଁ ଜାଳିଥିଲେ । ଏଥିରେ ଅନେକ ଗାଡି ନଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.