fbpx

ପୁଣି ରେକର୍ଡ ଜିଏସଟି ସଂଗ୍ରହ; ଦ୍ୱିତୀୟ ଥର ପାଇଁ ସର୍ବାଧିକ

ନୂଆଦିଲ୍ଲୀ: ପାର୍ବଣ ଅବସରରେ ସରକାରଙ୍କ ପାଇଁ ଖୁସି ଖବର । ପୁଣି ଥରେ ରେକର୍ଡ କଲା ଜିଏସଟି ସଂଗ୍ରହ । ଦେଶରେ ଜିଏସଟି ଲାଗୁ ହେବାପରେ ଅକ୍ଟୋବର ୨୦୨୧ରେ ହୋଇଥିବା ସଂଗ୍ରହ ଦ୍ୱିତୀୟ ଥର ପାଇଁ ସର୍ବାଧିକ ଜିଏସଟି ସଂଗ୍ରହ । ପୂର୍ବରୁ ଏପ୍ରିଲ୍ ୨୦୨୧ ରେ ସର୍ବାଧିକ ଜିଏସଟି ସଂଗ୍ରହ ହୋଇଥିଲା ଯାହା ୧.୪୧ ଲକ୍ଷ କୋଟିର ରହିଥିଲା ।

ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୧ରେ ୧,୩୦,୧୨୭ କୋଟିର ଜିଏସଟି ସଂଗ୍ରହ ହୋଇଛି । ଯାହା ଜିଏସଟି ଲାଗୁ ହେବାପରେ ଦ୍ୱିତୀୟ ସର୍ବାଧକ ସଂଗ୍ରହ । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୧ ଅକ୍ଟୋବରରେ ସଂଗ୍ରହ ହୋଇଥିବା ଜିଏସିଟି ୨୪ ପ୍ରତିଶତ ଅଧିକ । ଚଳିତ ବର୍ଷ ଆରମ୍ଭରେ ଦେଶ୍ୁ କରୋନା ମହାମାରୀର ଦ୍ୱିତୀୟ ଲହରର ସାମ୍ନା କରିବାକୁ ପଡ଼ିଥିଲା । ଯାହା ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିଲା । ହେଲେ ବର୍ତ୍ତମାନ ଅର୍ଥନୀତିରେ ସୁଧାର ହେବା ପରିଲକ୍ଷିତ ହେଉଛି । ଲଗାତାର ଚତୁର୍ଥ ମାସଧରି ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି । ଅର୍ଥମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜୁଲାଇରେ୧.୧୬ ଲକ୍ଷ କୋଟି, ଅଗଷ୍ଟରେ ୧.୧୨ ଲକ୍ଷ କୋଟି, ସେପ୍ଟେମ୍ବରରେ ୧.୧୭ ଲକ୍ଷ କୋଟି ଏବଂ ଅକ୍ଟୋବରରେ ୧.୩୦ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି ।

କରୋନା ଭାକ୍ସିନସେନ କାର୍ଯ୍ୟକ୍ରମ ପରେ ଅର୍ଥନୀତିରେ ସୁଧାର ହେଉଛି । ଏହା ଯୋଗୁଁ ସବୁ ସେକ୍ଟର ମଧ୍ୟ ଖୋଲିବାରେ ଲାଗିଛି ଯାହା କରୋନା ଯୋଗୁଁ ବନ୍ଦ ରହିଥିଲା । ଏହା ସହ ସରକାର ଅର୍ଥନୀତିରେ ସୁଧାର ପାଇଁ  ଗତ କିଛି ମାସରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଯୋଗୁଁ ଆର୍ଥିକ ଗତିବିଧି ସୁଧୁରିବାରେ ଲାଗିଛି ।

Get real time updates directly on you device, subscribe now.