fbpx

GST Councilର ବଡ଼ ନିଷ୍ପତ୍ତି; ଦେଶରେ ଏହିସବୁ ଜିନିଷ ହୋଇଗଲା ଶସ୍ତା, ଜାଣନ୍ତୁ ପୁରା ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖୁବଶୀଘ୍ର କ୍ୟାନ୍ସର ଔଷଧ ଏବଂ ଦୈନନ୍ଦିନ ବ୍ୟବହୃତ ହେଉଥିବା ନମକିନ ଅର୍ଥାତ ସ୍ନାକ୍ସର ମୂଲ୍ୟ କମ ହୋଇଯିବ । ଜିଏସଟି ପରିଷଦର ୫୪ତମ ବୈଠକ ସୋମବାର ଦିନ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ଦୁଇଟି ବସ୍ତୁ ଉପରେ ଜିଏସଟିର ଦରକୁ କମ କରିବାର ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।

ଜିଏସଟି କାଉନସିଲର ଗଠନ ଦେଶରେ ଜିଏସଟି ବ୍ୟବସ୍ଥାକୁ ଲାଗୁ କରିବା ସମୟରେ ହିଁ ନିଆଯାଇଛି । ଏହି ପରିଷଦର ଅଧ୍ୟକ୍ଷତା ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ହୋଇଥାଏ, ଏଥିରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ବା ସେମାନଙ୍କ ପ୍ରତିନିଧି ଏହାର ସଦସ୍ୟ ହୋଇଥାଆନ୍ତି ।

କର୍କଟ ଔଷଧ ଉପରେ ମାତ୍ର ୫ ପ୍ରତିଶତ ଟ୍ୟାକ୍ସ: ଜିଏସଟି କାଉନସିଲର ନିଷ୍ପତ୍ତିର ସୂଚନା ଦେଇ ଅର୍ଥ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କ୍ୟାନ୍ସରର ଔଷଧ ଶସ୍ତା ହୋଇଯାଇଛି । ଏହା ଉପରେ ଜିଏସଟିର ୧୨ ପ୍ରତିଶତ ଦରକୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ଏଥିରେ କ୍ୟାନ୍ସର ଔଷଧର ମୂଲ୍ୟରେ ବୃଦ୍ଧି ଘଟିବା ଦେଖାଯାଇଛି । ଏତିକି ନୁହେଁ ଜିଏସଟି କାଉନସିଲ ନମକିନ ଉପରେ ଲଗିବାକୁ ଥିବା ୧୮ ପ୍ରତିଶତ ଟ୍ୟାକ୍ସକୁ କମାଇ ୧୨ ପ୍ରତିଶତ କରିଦେଇଛନ୍ତି ।

ହେଲଥ ଇନସ୍ୟୁରାନ୍ସ ପ୍ରିମିୟମ ଉପରେ ଜିଏସଟିକୁ ନେଇ ନିଷ୍ପତ୍ତି ସ୍ଥଗିତ:
ଅନେକ ଦିନରୁ ହେଲଥ ଇନସୁରାନ୍ସର ପ୍ରମିୟମ ଉପରେ ଲାଗିବାକୁ ଥିବା ୧୮ ପ୍ରତିଶତ ଜିଏସଟିକୁ ଶେଷ କରିବା ପାଇଁ ଚର୍ଚ୍ଚା ଚାଲିଛି । ଜିଏସଟି କାଉନସିଲର ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ହେଲଥ ଇନସ୍ୟୁରାନ୍ସ ପ୍ରିମିୟମରେ ଜିଏସଟିର ଦର କମ କରିବାକୁ ନେଇ ଅଧିକାଂଶ ରାଜ୍ୟ ସହମତ ଅଟନ୍ତି । ବିହାରର ଅର୍ଥମନ୍ତ୍ରୀ ସମ୍ରାଟ ଚୌଧରୀଙ୍କ ନେତୃତରେ ଏକ ନୂଆ ମନ୍ତ୍ରୀମାନଙ୍କର ଗୋଷ୍ଠୀ ଗଠନ କରାଯାଇଛି । ଏମାନେ ଅକ୍ଟୋବରରେ ନିଜ ରିପୋର୍ଟ ଦାଖଲ କରିବେ ଏବଂ ଏହାପରେ ନଭେମ୍ବରରେ ହେବାକୁ ଥିବା ପରିଷଦର ବୈଠକରେ ଏହା ଉପରେ ଶେଷ ନିଷ୍ପତ୍ତି ନିଆଯିବ ।

ଅନଲାଇନ ଏବଂ କାସିନୋରୁ ଏତିକି ହୋଇଛି ରୋଜଗାର: ଜିଏସଟି ପରିଷଦ ବୈଠକରେ ଅନଲାଇନ ଗେମିଂ ଏବଂ କସିନୋରେ ରୋଜଗାର ଉପରେ ଜିଓଏମର ଷ୍ଟାଟସ ରିପୋର୍ଟରେ ମଧ୍ୟ ଚର୍ଚ୍ଚା କରାଯାଇଛି । ପାଖାପାଖି ୬ ମାସରେ ଅନଲାଇନଗେମିଙ୍ଗରେ ରାଜସ୍ୱ ୪୧୨% ବଢି ୬୯୦୯ କୋଟି ହୋଇଯାଇଛି । କସିନୋରୁ ରାଜସ୍ୱ ଛଅ ମାସରେ ୩୦% ବଢି ୨୧୪ କୋଟି ଟଙ୍କା ହୋଇଯାଇଛି । ଏହି ତୁଳନା ଅକ୍ଟୋବର ୨୦୨୩ରୁ ୬ ମାସ ପୂର୍ବରୁ ଏବଂ ଛଅ ମାସ ପରେ କରାଯାଇଛି ।

 

Get real time updates directly on you device, subscribe now.