fbpx

ଟ୍ରାନ୍ସପୋର୍ଟ ସଂସ୍ଥାରେ ଜିଏସଟି ଚଢ଼ାଉ: ଏହି କାରଣରୁ ହେଉଛି ଯାଞ୍ଚ

Advertisement

କଟକ: କଟକର ମଙ୍ଗୁଳି ଛକରେ ବଡଧରଣର ଜିଏସଟି ଚଢାଉ । ରାଜ୍ୟ ଜିଏସଟି ବିଭାଗ ଓ ସିଟି ଜିଏସଟି ବିଭାଗର ୨୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଏକ ପରିବହନ ସଂସ୍ଥାରେ ଜିଏସଟି ଚଢାଉ ଚାଲିଛି । ଜିଏସଟି ଟିମ୍ ଟ୍ରାନ୍ସପୋର୍ଟ ସଂସ୍ଥାରେ କାଗଜପତ୍ର ଜାଂଚ କରୁଥିବା ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ମଙ୍ଗୁଳି ସ୍ଥିତ ଏକ ଟ୍ରାନ୍ସପୋର୍ଟରେ ସଂସ୍ଥାରେ ଟିକସ ହେରଫେର ହୋଇଛି। ଏନେଇ ଜିଏସଟି ଟିମ୍ ସେହି ସଂସ୍ଥାରେ କାଗଜପତ୍ର ତନାଘନା କରୁଛନ୍ତି । GST କଟକ ଡ଼ିଭିଜନ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ, ୨୯ ଏପ୍ରିଲ ୨୦୨୩ରେ ତାଳଚେରରେ ମଧ୍ୟ ଏହି ପରି ଏକ ଜିଏସଟି ଚଢ଼ାଉ ହୋଇଥିଲା । ତାଳଚେରର ଦୁଇ ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ଘଣ୍ଟପଡ଼ା ସ୍ଥିତ ବାସଗୃହ ସମେତ ହାଣ୍ଡିଧୁଆର ବ୍ୟବସାୟିକ ପ୍ରତିଷ୍ଠାନ, ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ମା ହିଙ୍ଗୁଳା ଟ୍ରେଡର୍ସ ସମେତ ୫ ଟି ସ୍ଥାନରେ ଚଢାଉ ଚାଲିଥିଲା।

Get real time updates directly on you device, subscribe now.