ଭୁବନେଶ୍ୱର: ଦୁର୍ନୀତି ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ରେଡ ପଡିଛି ରାଜଧାନୀରେ । ଏକ ଗାଡି ଶୋରୁମରେ ଜିଏସଟି ରେଡ୍ ପକାଯାଇଛି । ରସୁଲଗଡ ସ୍ଥିତ ଜଳେଶ୍ୱର ମୋଟର୍ସର ପୁରୁଣା ପାର୍ଟ ଶୋରୁମରେ ସେଣ୍ଟ୍ରାଲ ଜିଏସଟି ଟିମର ଚାଲିଛି ବଡଧରଣ ରେଡ ।
ବ୍ୟବସାୟ କରିବା ସହ କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଦେଇଛନ୍ତି ମାଲିକ । ଏହି ଅଭିଯୋଗରେ ରେଡ କରାଯାଇଥିବା ସୂଚନା ମିଳିଛି । କାଗଜ ପତ୍ର ଯାଂଚ କରିବା ସହ ମାଲିକଙ୍କୁ ପଚରା ଉଚରା କରାଯାଉଛି । ଏକକାଳୀନ ୪ଟି ଟିମ ଏହି ରେଡ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୫ ରୁ ଅଧିକ ଅଫିସର ଓ ବନ୍ଧୁକ ଧାରି ପୋଲିସଙ୍କୁ ଏହି ମାମଲାରେ ନିୟୋଜିତ କରାଯାଇଛି ।