fbpx

ପ୍ଲାଟଫର୍ମ ଟିକେଟରେ ଲାଗିବନି GST, ଜିଏସଟି କାଉନସିଲ ମିଟିଙ୍ଗରେ ହେଲା ଅନେକ ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ହୋଇଥିବା ୫୩ତମ ଜିଏସଟି କାଉନସିଲ ମିଟିଙ୍ଗ ପରେ କୁହାଯାଇଛି ଯେ, ଇଣ୍ଡିଆନ ରେଲୱେର ଅନେକ ସେବାଗୁଡିକୁ ଜିଏସଟିରୁ ମୁକ୍ତି କରାଯାଇଛି । ଏବେ ପ୍ଲାଟଫର୍ମ ଟିକେଟ ଉପରେ ଜିଏସଟି ଲାଗିବନି । ଏଥିସହ ସୋଲାର କୁକର ଏବଂ ଷ୍ଟିଲ ଏବଂ ଆଲୁମିନିୟମରୁ ତିଆରି ହୋଇଥିବା ମିଲକ କେନରେ ୧୨ ପ୍ରତିଶତ ଜିଏସଟି ଲାଗିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ପେପର ଏବଂ ପେପର ବୋର୍ଡରୁ ତିଆରି ହୋଇଥିବା କାର୍ଟନ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ ରୋଜଗାରକୁ ବୃଦ୍ଧି କରିବା ଏବଂ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରି ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ କରାଯିବା ନେଇ ଏହି ବୈଠକରେ କୌଣସି ଆଲୋଚନା ହୋଇନାହିଁ। ଏହି ପ୍ରସଙ୍ଗ ବୈଠକର ଏଜେଣ୍ଡାରେ ନଥିଲା। ଏହା ସହିତ, ଅନଲାଇନ୍ ଗେମିଂ ଏବଂ କ୍ୟାସିନୋକୁ କୌଣସି ଆଶ୍ବସ୍ତି ମିଳିବ ନାହିଁ। ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ ଜିଏସଟି ପରିଷଦ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅନ୍ୟାୟ ଭାବରେ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସମସ୍ତ ପ୍ରକାର sprinklers ଉପରେ ୧୨ ପ୍ରତିଶତ ଜିଏସ୍ଟି ଲାଗୁ କରିବା ନେଇ ଆଲୋଚନା ହୋଇଛି। ସେ କହିଛନ୍ତି ଯେ କାଗଜ କାର୍ଟନ ବାକ୍ସ ଏବଂ ସ୍ପ୍ରିଙ୍କଲର ଉପରେ ଜିଏସ୍ଟି ହ୍ରାସ ହିମାଚଳ ଏବଂ ଜାମ୍ମୁ କାଶ୍ମୀରର ଆପଲ ଚାଷୀଙ୍କୁ ବହୁତ ଲାଭଦାୟକ ହେବ। ଏହା ବ୍ୟତୀତ ସାରା ଦେଶରେ ଆଧାର ଆଧାରିତ ବାୟୋମେଟ୍ରିକ ପରିଚୟ ନିଶ୍ଚିତ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ। ନକଲି ଇନଭଏସ୍ ମାଧ୍ୟମରେ ନକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଥିବା ଘଟଣାକୁ ଏହା ବନ୍ଦ କରିବ।

Get real time updates directly on you device, subscribe now.